ଫେବୃୟାରୀ ସୁଦ୍ଧା ପୂର୍ବତଟ ରେଳପଥ ୧୮୩.୨୮ ନିୟୁତ ଟନ ପଣ୍ୟ ବୋଝେଇ

ଭୁବନେଶ୍ୱର : ପୂର୍ବତଟ ରେଳବାଇ ୨୦୨୦ ଏପ୍ରିଲ ମାସ ପହିଲା ଠାରୁ ୨୦୨୧ ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୮୩.୨୮ ନିୟୁତ ଟନ୍ ମାଲ ପରିବହନ କରି ଗତ ଆର୍ôଥକ ବର୍ଷର ଅନୁରୂପ ସମୟ ତୁଳନାରେ ପ୍ରାୟ ୧.୧୮ ନିୟୁତ ଟନ୍ ଅଧିକ ପରିବହନ କରି ପ୍ରାୟ ୦.୬% ଅଭିବୃଦ୍ଧି ପଞ୍ଜିକରଣ କରିପାରିଛି । କେବଳ ଫେବୃୟାରୀ, ୨୦୨୧ ରେ ପୂର୍ବତଟ ରେଳପଥ ପ୍ରାୟ ୧୮.୬୨ ନିୟୁତ ଟନ୍ ମାଲ ପରିବହନ କରିଛି ଯାହା ଗତ ବର୍ଷର ଅନୁରୂପ ସମୟ ଠାରୁ ୫.୪% ଅଭିବୃଦ୍ଧି ପଞ୍ଜିକରଣ କରିଛି । ଏହି ଲୋଡିଂ ଆକଳନ ହାସଲ କରିବାକୁ, ପୂର୍ବତଟ ରେଳପଥ ୨୦୨୧ ଫେବୃୟାରୀ ମାସରେ ଦୈନିକ ୧୦ ହଜାର ୧୬ ୱାଗନ୍ ବ୍ୟବହାର କରିଛି ଯାହାକି ଗତ ଆର୍ôଥକ ବର୍ଷର ଅନୁରୂପ ଅବଧି ମଧ୍ୟରେ ୯୧୩୨ ୱାଗନ୍ ବ୍ୟବହାର କରାଯାଇଥିଲା । ସେହିପରି, ଫେବୃଆରୀ ୨୦୨୧ ଶେଷ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୮୧୯୮ ୱାଗନ୍ ବ୍ୟବହାର କରିଛି ଏବଂ ପଣ୍ୟ ବୋଝେଇର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ରେକ୍ ବୋଝେଇ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ବ୍ୟତୀତ, ଖୋର୍ଧାରୋଡ଼ ରେଳମଣ୍ଡଳ ୨୦୨୧ ଫେବୃୟାରୀ ମାସରେ ୭୯ ଟି ଲମ୍ୱା ଟ୍ରେନ୍ ଚଲାଇଛି ଯାହାକି ଦିନକୁ ହାରାହାରି ୨.୭୮ ଟ୍ରେନ୍ ଅଟେ ଏବଂ ଏହା ଯେକୌଣସି ମାସଠାରୁ ସର୍ବାଧିକ ଅଟେ । ସର୍ବାଧିକ ଟ୍ରେନ୍ ବେଗ ସହିତ ସର୍ବନିମ୍ନ ସମୟ ଅବଧିରେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଅଧିକ ମାଲ ପରିବହନ କରିବା ପାଇଁ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ହାରାହାରି ୧୧୮ ୱାଗନ୍ ବିଶିଷ୍ଟ ୭୯ ଟି ରେକ୍ କେବଳ ଗତ ଫେବୃୟାରୀ ମାସରେ ବ୍ୟବହାର କରାଯାଇଛି । ସେହିଭଳି ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟ ଅନୁରୂପ ଭାବେ ଏହି ସୂତ୍ରକୁ ବ୍ୟବହାର କରି ପାନ୍ୟବୋଝେଇ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ଧ୍ୟାନ ଦେଇଛି । ପରିବହନ ହେଉଥିବା ଏହି ପଣ୍ୟ ଗୁଡ଼ିକ ହେଉଛି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରାଧିକରଣରୁ ମୁଖ୍ୟ ଲୋଡିଂ ପଏଣ୍ଟ ଯଥା କେନ୍ଦୁଝର, ଧାମରା, ପାରାଦୀପ ଏବଂ ତାଳଚେର ଇତ୍ୟାଦି ସ୍ଥାନରୁ କୋଇଲା, ଲୁହାପଥର, ଚୂନ ପଥର ବୋଝେଇଦ୍ୱାରା ସମ୍ଭବ ହୋଇପାରିଛି ।

Spread the love