କରୋନା ପ୍ରଭାବରେ ୨୩ କୋଟି ଲୋକ ଖସିଲେ ଦାରିଦ୍ର ସିମାରେଖ ତଳକୁ

ନୁଆଦିଲ୍ଲୀ : କରୋନାର ପ୍ରଥମ ଲହର ସହିତ ଲଢି ଭାରତୀୟ ଅର୍ଥନିତି ସାମାନ୍ୟ ପୁର୍ବ ଅବସ୍ତାକୁ ଫେରିବା ସମୟରେ କରୋନାର ଦ୍ୱିତ୍ୱୀୟ ଲହରକୁ ରୋକିବା ଲାଗି ବିଭିନ୍ନ ରାଜ୍ୟ ସରକାର ଲଗାଇଥିବା ଲକ୍‌ଡାଉନ ପ୍ରଭାବରେ ଏହାର ଭବିଶ୍ୟତ ସହିତ ଭାରତରେ ଗିରିବି ବଢିବାର ଆକଳନ କରା ଯାଉଛି । ଭାରତରେ କରୋନା ମାଡରେ ଅନେକ ଲୋକେ ନିଜର ଚାକିରି ହରାଇଥିଲା ବେଳେ ଅନେକଙ୍କ ରୋଜଗାରରେ ହ୍ରାସ ଘଟିଛି । ଏହାର ପ୍ରଭାବରେ ଦେଶରେ ଗରିବି ବୃଦ୍ଧୀ ଘଟିଥିବା ବେଳେ ଲୋକ ମାନଙ୍କ ଅର୍ଥନୈତିକ ସମ୍ପଦର ବ୍ୟବଧାନ ବଡିଛି । ଏହି ସବୁ ଅର୍ଥନୈତିକ ଆକଳନକୁ ଦେଖିଲେ ଭାରତରେ କରୋନା ପରବର୍ତି ସମୟରେ କୋଭିଡ ଠାରୁ ଏକ ବଡ ସମସ୍ୟା ଭାବରେ ଗରିବି ଛିଡା ହେଉଥିବା ଦେଖାଯାଉଛି । ନିକଟରେ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଶଣାରୁ ଜଣା ପଡିଛି ଯେ କରୋନା ମହାମାରୀର ପ୍ରଥମ ଲହରର ପ୍ରଭାବରେ ୨୩କୋଟି ଲୋକ ପୁଣି ଥରେ ଦାରିଦ୍ର ସିମାରେଖା ତଳକୁ ଖସିଛନ୍ତି । ଅନୁପ ସତପଥୀ କମିଟି ନିର୍ଦେଶ ଅନୁଯାଇ ଜାତୀୟ ନୁନ୍ୟତମ ଦୈନିକ ମଜୁରି ୩୭୫ ଥିବା ବେଳେ ଏହି ଲୋକ ମାନେ ତା ଠାରୁ କମ୍ ରୋଜଗାର କରୁଛନ୍ତି ।

ଏହି ସମୟରେ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ଗରିବି ବଢିଥିବା ବେଳେ ସହରାଞ୍ଚଳରେ ୨୦ ପ୍ରତିଶତ ଗରିବିଙ୍କ ସଂଖ୍ୟ ବଢିଛି । ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଯେ ଯଦି କରୋନା ମହାମାରୀ ନ ଆସିଥାନ୍ତା ତେବେ ୨୦୧୯ ରୋ ୨୦୨୦ ମଧ୍ୟରେ ଏହା ଗ୍ରମାଞ୍ଚଳରେ ୫ ପ୍ରତିଶତ ଏବଂ ସହରାଞ୍ଚଳରେ ୧.୫ ପ୍ରତିଶତ ଖସିଥାନ୍ତା ଏବଂ ପ୍ରାୟ ୫ କୋଟି ଲୋକ ଗରିବି ସିମାରେଖାରୁ ଉପରକୁ ଯାଇଥାନ୍ତେ ବୋଲି ଏକ ଘବେଶଣାରୁ ଜଣା ପଡିଛି । ୨୦୨୦ ରେ ଦେଶବ୍ୟାପୀ ଲକ୍‌ଡାଉନ ହେବା ସମୟରେ କୋଟି କୋଟି ବ୍ୟକ୍ତି କିପରି ଚାକିରି ହରାଇଛନ୍ତି ଏବଂ ବହୁତ ଲୋକେ ତାଙ୍କର ପୁର୍ବ ଦରମା ତୁଳନାରେ କମ୍ ଦରମା ପାଇ କାର୍ଯ୍ୟ କରୁଛନ୍ତି । ଏହି ଗବେଶଣା ଅନୁଯାଇ କରୋନା ସମୟରେ ନିଜର ରୋଜଗାର ହରାଇଥିବା ୯୦ ପ୍ରତିଶତ ଲୋକେ ପୁନର୍ବାର କାମରେ ନିୟୋଜିତ ହୋଇଥିଲେ ମଧ୍ୟ ପୁର୍ବ ତୁଳନାରେ କମ୍ ଟଙ୍କାରେ କାମ କରୁଛନ୍ତି ଏବଂ ୧୦ ପ୍ରତିଶତ ଲୋକେ ନିଜର ବେରୋଜଗାର ହୋଇଛନ୍ତି । ଏହି ସମୟରେ ଅତି ଗରିବ ଶ୍ରେଣିର ଲୋକମାନେ ପୁର୍ବରୁ ନିଜର ଜୀବନ ବିବିକା ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ବେଳେ କରୋନାର ପ୍ରହାରରେ ସେମାନେ ସବୁଠୁ ଅଧ୍ଥଳ କ୍ଷତିଗ୍ରସ୍ଥ ହୋଇଛନ୍ତି । ଦେଶରେ କରୋନାର ପ୍ରଭାବ କମିବା ପରେ ଅନେକ ଲୋକେ ଯେଉଁମାନେ ନିଜର ଚାକିରି ହରାଇଥିଲେ ସେମାନେ ଶ୍ରମିକ ଶ୍ରେଣି କାଯ୍ୟରେ ଯୋଗ ଦେଇଥିଲେ । ଏପରିକି ଅନୌପଚାରିକ କ୍ଷେତ୍ରରେ ଆବଶ୍ୟକଠାରୁ ଅଧିକ ଲୋକେ କାର୍ଯ୍ୟ କରିବାକୁ ଚାହୁଁଥିବା ଦେଖିବାକୁ ମିଳିଥିଲା ।

ପ୍ରତିଷ୍ଠିତ କ୍ଷେତ୍ରର ପ୍ରାୟ ଅର୍ଦ୍ଧକ କର୍ମଜିବୀ ଲକ୍‌ଡଉନ ପରେ ଅନୌପଚାରିକ ଶ୍ରେଣୀରେ କାର୍ଯ୍ୟରେ ଯୋଗ ଦେଇଥିଲେ ବା ନିଜଶ୍ୱ ପ୍ରୟାସରେ ରୋଜଗାରକ୍ଷମ ହୋଇଥିଲେ । ପ୍ରତିଷ୍ଠିତ କ୍ଷେତ୍ରରେ ଚାକିରି ହରାଇ ଲୋକେ ଯୋଉଁମନଙ୍କ ପାଖରେ କିଛି ସମ୍ବଳ ଥିଲା ସେମାନେ ନିଜଶ୍ୱ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଅତି ଗରିବ ଶ୍ରେଣିର ଲୋକ ମାନେ ଦିନ ମଜୁରିଆ କାର୍ଯ୍ୟକୁ ବାଛୀ ନେଇଥିଲେ । ଏହି ସମୟରେ କୃଷି କାର୍ଯ୍ୟ ଏକ ଆଶାର କିରଣ ଭାବରେ ଦେଖାଯାଉଥିଲା ବେଳେ ଶିକ୍ଷ, ସ୍ୱସ୍ଥ୍ୟ ଏବଂ ବୃତିଗତ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଜୀବି ମାନେ କୃଷିକାର୍ଯ୍ୟ କ୍ଷେତ୍ରକୁ ମୁହାଁଇ ଥିଲେ । ପ୍ରାୟ ୧୮ ପ୍ରତିଶତ ଶିକ୍ଷା କ୍ଷେତ୍ରର କର୍ମଚାରୀ ଏବେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତେବେ କରୋନା ସମୟରେ ପ୍ରତିଷ୍ଠିତ କ୍ଷେତ୍ରରୁ ନିଜର ଚାକିରି ହରାଇ ପ୍ରାୟ ୧୭ ପ୍ରତିଶତ ଲୋକେ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ ଏବଂ ନିଜସ୍ୱ କାର୍ଯ୍ୟ ଆରମ୍ଭ କରିବା ଫଳରେ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ କାମ ଅଭାରୁ ସବୁଠୁ ଅଧୀକ କ୍ଷତି ସହିଛନ୍ତି ।

ଏହିଭଳି ସମସ୍ୟାରେ ପ୍ରଭାବିତ ହୋଇ ଲୋକମାନେ ନିଜର ରୋଜଗାର କମିବା ହେତୁ ସେମାନେ ନିଜର ପେଟର ତୃଷ୍ନାକୁ ମେଣ୍ଟାଇବା ଲାଗି ସମ୍ପର୍କିୟଙ୍କଠାରୁ ବା ବିଭିନ୍ନ ଲୋକଙ୍କ ପାଖରୁ ଟଙ୍କା ଧାର ଆଣିବାକୁ ବାଧ୍ୟ ହୋଇଛନ୍ତି ଏପରିକି କିଛି ଲୋକେ ନିଜର ଦୈନିକ ଚଳନୀ ସହିତ ଖାଦ୍ୟପେୟ ତରିକାକୁ ମଧ୍ୟ ପରିବର୍ତନ କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ର୍ରଧାନମନ୍ତ୍ରୀ ଗରିବି କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ପ୍ୟକେଜ ମଧ୍ୟ ଲୋକଙ୍କ ଜିବନ ଶୈଳିରେ କୋଣଷି ପରିବର୍ତନ ଆଣିପାରି ନାହିଁ । ଏବେ କରୋନାର ଦ୍ୱିତ୍ୱୀୟ ଲହର ପ୍ରଭାରେ ପରିସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ତେବେ ଏହି ଭଳି ସମସ୍ୟାରୁ ଲୋକମାନଙ୍କୁ ପୁର୍ବ ଅବସ୍ତାକୁ ଆଣିବା ପଇଁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ମାସିକିଅ ରାସନ ସାମଗ୍ରୀ ବଣ୍ଟନ ଯୋଜନାରେ ଆହୁରି ଅଧିକ ଲୋକଙ୍କୁ ମଧ୍ୟ ଯୋଡିବାର ଆବଶ୍ୟକ ରହିଥିବା ବେଳେ ସରକାରଙ୍କ ଦ୍ୱାରା ବିଭିନ୍ନ ଗରିବି ଉପକାରୀ ଯୋଜନା ଯଥା- ଏମଜିନରେଗାରେ ଲୋକମାନଙ୍କୁ ଅଧୀକ ଦିନ ରୋଜଗାର ପ୍ରଦାନ କରିବା ଆଦି ମାଧ୍ୟମରେ ଅଧୀକ ଅର୍ଥ ଖର୍ଚ୍ଛ କରି ଲୋକ ମାନଙ୍କୁ ରୋଜଗାର ପ୍ରଦାନ କରିବାକୁ ପଡିବ ।

Spread the love