ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି

  • ଡ. ହୃଷିକେଶ ମଲ୍ଲିକ ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଡ. ହୃଷିକେଶ ମଲ୍ଲିକ ନିଯୁକ୍ତି ମିଳିଥିବା ବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଶ୍ରୀମତୀ ଅରୁଣା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଅନୁମୋଦନ ପ୍ରଦାନ କରିଛନ୍ତି ।

ଏହି ଅନୁମୋଦନ କ୍ରମେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି,ଭାବେ ଯଥାକ୍ରମେ ଡ. ହୃଷିକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା ଓ ଓ ସଚିବ ଭାବେ ପ୍ରବୋଧ କୁମାର ରାଉତ (ଓକାକ୍ ରେ କାର୍ଯ୍ୟରତ ଓଏଏସ୍ ଅଧିକାରୀ) କାର୍ଯ୍ୟ କରିବେ । ସେହିପରି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦବୀ ପାଇଁ ଶ୍ରୀମତୀ ଅରୁଣା ମହାନ୍ତି ଓ ଓ ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀ, ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ଓ ସଚିବ ପଦବୀ ପାଇଁ ଯଥାକ୍ରମେ ଶ୍ରୀନିବାସ ପଢ଼ିହାରୀ ଓ ପଂଚାନନ ସାମଲ ଏବଂ ଓଡ଼ିଶା ଊର୍ଦ୍ଦୁ ଏକାଡେମୀର ସଚିବ ପଦବୀ ପାଇଁ ଡ. ସୟେଦ ମୁସୀର ଆଲାମ୍ ଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ସୂଚନାଯୋଗ୍ୟ ଯେ ମନୋନୟନ କମିଟିର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏମାନଙ୍କ ନାମକୁ ସରକାରଙ୍କ ଅନୁମୋଦନ ନିମନ୍ତେ ସୁପାରିଶ କରିଥିଲେ ।

Spread the love