ଆରମ୍ଭ ହେଲାଣି କି ତୃତୀୟ ଲହର

ଭୁବନେଶ୍ୱର: ଆରମ୍ଭ ହେଲାଣି କି ତୃତୀୟ ଲହର । କାରଣ ଏବେ ଦେଶରେ କୋଭିଡରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାକୁ ଲାଗିଲାଣି । ୬ ଦିନରେ ବେଙ୍ଗଳୁରୁରେ ୩୦୧ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ମିଜୋରାମ ୧୨୮ ଏବଂ ପଞ୍ଜାବରେ ୨୦ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟାକ ପରେ ଗୋଟେ ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣେ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ଆଗୁଆ ଆୟୋଜନର ତଦାରଖ କରିଛନ୍ତି।

ବଢ଼ୁଛି ଶିଶୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଚିନ୍ତା ବଢ଼ିଲାଣି ତୃତୀୟ ଲହର ଆରମ୍ଭ ହେଉଛି କି। ସତ ହେଉଛି କି ବିଶେଷଜ୍ଞଙ୍କ ଆଶଙ୍କା । କାରଣ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଥିଲେ। ଏବେ ଗୋଟାକ ପରେ ଗୋଟାଏ ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ବେଙ୍ଗଲୁରରେ ୬ ଦିନରେ ୩୦୧ ଜଣ ଶିଶୁ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛି। ଆଜି ମିଜୋରାମରେ ୧୨୮ ଶିଶୁ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ପଞ୍ଜାବର ଲୁଧିଆନାର ୨ଟି ସରକାରୀ ସ୍କୁଲରେ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି । ଯେଉଁ ସବୁ ସ୍କୁଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେସବୁକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।କର୍ଣ୍ଣାଟକର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଛି।

ବିଭିନ୍ନ ରାଜ୍ୟରେ କୋଭିଡରେ ଶିଶୁ ଆକ୍ରାନ୍ତଙ୍କ ସଖ୍ୟା ବିଢ଼ିବା ଦେଖି କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ରାଜ୍ୟରେ ପିକ ସମୟରେ ଦୈନିକ ପଜିଟିଭ ସଂଖ୍ୟା ୧୦ ହଜାର ଛୁଇଁଥିଲା। ସେହି ଅନୁଯାୟୀ ଶିଶୁ ମାନଙ୍କ ପାଇଁ ୬ ଶହ ବେଡର ବ୍ୟବସ୍ଥା ଆବଶ୍ୟ। କିନ୍ତୁ ରାଜ୍ୟ ସରକାର ୩ ହଜାର ବେଡ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨ ଶହରୁ ୨୫୦ ଆଇସିୟୁ ବା ଏଚଡିୟୁ ବେଡ୍ ହେବ । ରାଜ୍ୟରେ ଅକ୍ସିଜେନ ଯଥେଷ୍ଟ ପରିମାଣରେ ମିଳିବାରେ କିଛି ଅସୁବିଧା ହେବନି । ପିଲାମାନଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ୩୦କୋଟି ଟଙ୍କାର ୩୬ଟି ଉପକଣ, ୩୦ ପ୍ରକାର ଔଷଧ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଗୁଡ଼ିକୁ ରାଜ୍ୟ ସରକାର କିଣିବା ଅରମ୍ଭ କରିଛନ୍ତି ।ଶିଶୁଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ସହ ଭିତ୍ତିଭୂମି ପ୍ରସ୍ତୁତ ରହିଛି।

ଦ୍ବିତୀୟ ଲହର ଜାରି ରହିଥିବା ବେଳେ ଦେଶରେ ଆଜି ୪୧,୧୯୫ ପଜେଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧୧୦୭ ଜଣ କୋଭିଡ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି।

Spread the love