ଅନୁଗୁଳ : ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ମହୁଲ ଗୋଟାଇବା ହେଲା କାଳ । ହାତୀ ଆକ୍ରମଣରେ ୨ ମୃତ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଉଭୟ ମୃତକ ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁର ପଞ୍ଚାନନ ପାଣିଗ୍ରାହୀ (୬୦) ଏବଂ ସୁଆଗି ସେଠି(୫୦) ବୋଲି ଜଣାପଡିଛି ।

ସୂଚନା ଯେ, ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ୨ଜଣ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ଜଙ୍ଗଲରେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଉଭୟ ମହିଳା ଓ ପୁରୁଷଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ହାତୀଟି ନିକଟ ଜଙ୍ଗଲରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Spread the love