ପୁରୀରେ ଖୁବଶୀଘ୍ର ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଂଟ

ପୁରୀ : ପୁରୀ ଜିଲ୍ଲାର କୋଭିଡ୍ ସ୍ଥିତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାଶ ସମୀକ୍ଷା କରିଛନ୍ତି । ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପୁରୀରେ ଅକ୍ସିଜେନ୍ ପ୍ଲାଂଟ ନିର୍ମାଣ ହେବାକୁ ଯାଉଛି । ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ବ୍ୟବସ୍ଥାରେ ଏହି ପ୍ଲାଂଟ କାର୍ଯ୍ୟ ମେ ୧୫ ସୁଦ୍ଧା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ସର୍କିଟ୍ ହାଉସ୍‌ରେ ହୋଇଥିବା ସମୀକ୍ଷାରେ ମନ୍ତ୍ରୀ କହିଛନ୍ତି, କୋଭିଡ୍‌ର ଦ୍ୱିତୀୟ ଷ୍ଟ୍ରେନ୍ ପ୍ରାଣଘାତକ ହୋଇଛି । ଅଦ୍ୟାବଧି ୩୩ ହଜାର ୩ଶହ ୭୨ ନମୂନା ସଂଗ୍ରହ ହୋଇଛି । ଏଥିରୁ ୨ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ ୧ ହଜାର ୮ଶହ ୮୪ ଜଣ ରହିଥିବା ବେଳେ ଗୃହ ସଙ୍ଗରୋଧରେ ୧୩ହଜାର ୮୩୯ ଜଣ ରହିଛନ୍ତି । ସେହିଭଳି ୯୭ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇଛି । ମୋଟ ୧ ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୭ ହଜାର ୫୧୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ୧୧ ବ୍ଲକ ଓ ୩ ଏନଏସିରେ ୧ ହଜାର ୨ଶହ ବେଡ୍‌ର ବ୍ୟବସ୍ଥା ହୋଇଛି । ୧୩୦ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ହୋଇଛି । ଜିଲ୍ଲାରେ ୧୫ ଆଇସିୟୁ ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଆଣ୍ଡ ହସ୍‌ପିଟାଲରେ ଗୋଟିଏ ସପ୍ତାହ ମଧ୍ୟରେ ଆକ୍ସିଜେନ୍ ବ୍ୟବସ୍ଥା ଥିବା ଦେଢ଼ ଶହ ବେଡ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

Spread the love