ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଓ କଲେଜ୍ ଛୁଟି

ଭୁବନେଶ୍ୱର : ପଂଚାୟତିରାଜ ଦିବସ ଉପଲକ୍ଷେ ଶୁକ୍ରବାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ବନ୍ଦ ରହିବ । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏସମ୍ପର୍କରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ଉପଲେକ୍ଷ ସରକାରୀ ଛୁଟି ଘୋଷଣା କରାଯାଇଛି। ଫଳରେ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟର ସମସ୍ତ ସ୍କୁଲକଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ରାଜ୍ୟର ସବୁ ବିଶ୍ବବିଦ୍ୟାଳୟର କୁଳପତି ଏବଂ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ଘୋଷଣା ପାଇଁ ପଦକ୍ଷେପ ନେବାକୁ ସେଥିରେ ଉଲ୍ଲେଖ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସବୁ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଜୁନିଅର କଲେଜ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ଆସନ୍ତାକାଲି(ଶୁକ୍ରବାର) ପଞ୍ଚାୟତିରାଜ ଦିବସ ପାଇଁ ସବୁ ସ୍କୁଲକଲେଜ ବନ୍ଦ ରଖିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Spread the love