କୋଭିଡ ସ୍ଥିତିକୁ ଦେଖି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ଭୁବନେଶ୍ୱରରେ ବଢି ଚାଲିଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି କଡ଼ା ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଏହି ପରିପେକ୍ଷୀରେ ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଧର୍ମଗୁରୁଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି ।

ସୂଚନା ଯେ, ଗତ କିଛି ଦିନ ହେଲା ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ରହିଛି । ପ୍ରତିଦିନ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଆକ୍ସନମୋଡକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବିଭିନ୍ନ ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ କିଛି କଡ଼ା ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଏବେ କରୋନା ସ୍ଥିତିକୁ ଦେଖି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ଖୁବଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଜାରି କରାଯିବ । ଧର୍ମାନୁଷ୍ଠାନ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିବ ।

Spread the love