ଜୁନ ୧ରୁ ରାଜ୍ୟରେ ଖୋଲିବ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।

ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଲେଖିଥିବା ଏକ ପତ୍ରରେ ବିଭାଗ ଲେଖିଛି, “ଏହି ବିଭାଗ ଦ୍ବାରା ଘୋଷିତ ହୋଇଥିବା ଗ୍ରୀଷ୍ମ ଛୁଟି ୩୧ ମେ ୨୦୧୧ରେ ଶେଷ ହେବ। ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବ। ” ଏହାପୂର୍ବରୁ ମେ ୪ରେ ବିଭାଗ ଚଳିତ ବର୍ଷ ମେ ୫ରୁ ମେ ୩୧ ପର୍ଯ୍ୟନ୍ତ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲା।ଛୁଟି ସମୟରେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ପିଏଚଡି ଏବଂ ଅନ୍ୟାନ୍ୟ ଗବେଷକ ପଣ୍ଡିତମାନଙ୍କ ସାକ୍ଷାତକାର ପାଇଁ ସରକାର ଅନୁମତି ଦେଇଥିଲେ। ଅବଶ୍ୟ, ଗ୍ରୀଷ୍ମ ଛୁଟି ସମୟରେ ଅନଲାଇନ୍ କ୍ଲାସ୍ ଏବଂ ପରୀକ୍ଷା ବନ୍ଦ ରହିଛି। ସୂଚନା ଯେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ ।

Spread the love