ଅକ୍ଷୟ କୁମାର କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ୱାଇ : ଦେଶରେ ଏବେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଦେଖାଦେଇଛି । ବିଶେଷ କରି ବଲିଉଡ ଜଗତର ଜଣେ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କଠାରେ ଲକ୍ଷଣ ଦେଖାଦେବାରୁ ସେ ନିଜର ଟେଷ୍ଟ କରାଇଥିଲେ । ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘରେ କ୍ୱାରେଣ୍ଟାଇନରେ ଥିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ମୁଁ ସମସ୍ତ ଗାଇଡଲାଇନ ମାନି ମୋର ଚିକିତ୍ସା ଜାରି ରଖିଛି । ଏହାସହ ସେ ନିବେଦନ କରିଛନ୍ତି ଯେଉଁମାନେ ମୋ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ଆପଣଙ୍କ ନିକଟକୁ ଫେରିବି । ଅଯୋଧ୍ୟାରେ ଚାଲିଥିବା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ରାମ ସେତୁର ସୁଟିଂ ସମୟରେ ସେ ଭାଇରସର ଶିକାର ହୋଇଥିଲେ । ସେଏହା ପୂର୍ବରୁ ରଣବୀର, ଆଲିଆ ଭଟ୍ଟ, କାର୍ତ୍ତିକ ଆୟାନ ଓ ଅନେକ ନାମିଦାମୀ ଷ୍ଟାର ସଂକ୍ରମଣର ଶିକାର ହୋଇଥିଲେ ।

Spread the love