କରୋନା ସଂକ୍ରମିତ ହେଲେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହା ପରେ ସେ ନିଜକୁ ଘରେ ଆଇସୋଲେଶନରେ ରଖିଛନ୍ତି। ଏ ନେଇ ବୁଧବାର ସକାଳେ ସେ ଟ୍ୱିଟ୍‌‌ କରି ସୂଚନା ଦେଇଛନ୍ତି।

ଅଖିଳେଶ ଯାଦବ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଆଜି ପଜିଟିଭ୍‌ ଆସିଛି । ମୁଁ ଘରେ ନିଜକୁ ଆଇସୋଲେଟ୍‌ କରିଛି । ଘରେ ମଧ୍ୟ ଚିକିତ୍ସା ଜାରି ରହିବ । ତେବେ ଗତ କିଛି ଦିନ ଭିତରେ ଯେକୌଣସି ବ୍ୟକ୍ତି ମୋ ସଂପର୍କରେ ଆସିଛନ୍ତି । ସେମାନେ ଆଇସୋଲେସନରେ ରୁହନ୍ତୁ । ଏହାବ୍ୟତୀତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇନେବାକୁ ଅନୁରୋଧ କରିଛନ୍ତି । ସୂଚନା ଯେ, ନିକଟରେ ଅଖିଳେଶ ଯାଦବ ଉତ୍ତରାଖଣ୍ଡର ହରିଦ୍ବାରରେ ଚାଲିଥିବା କୁମ୍ଭ ମେଳାକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କର ସମର୍ଥକ ଏବଂ ଅନେକ ସାଧୁସନ୍ଥଙ୍କୁ ଭେଟିଥିଲେ। ଏହି ସମୟରେ ଅଖିଳେଶ ଏକ ଦାୟିତ୍ଵହୀନତାର ପରିଚୟ ମଧ୍ୟ ଦେଇଥିଲେ। କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଅଖିଳେଶ ସାକ୍ଷାତ କରିଥିଲେ। ଏହାର ଦୁଇଦିନ ପରେ ସେ ବି ସଂକ୍ରମିତ ହୋଇଛନ୍ତି।

Spread the love