ପୁଣି ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ : ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଭଡା ମୂଲ୍ୟର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ।

ଫେବୃଆରୀରେ, ଟିକେଟର ଆରମ୍ଭ ମୂଲ୍ୟ ୧୦ ପ୍ରତିଶତ ଏବଂ ସର୍ବାଧିକ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବିମାନ ଯାତ୍ରା ଭଡାର ଏହି ବୃଦ୍ଧି ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ତେବେ ଅଧିକ ବିମାନ ଭଡା ସୀମା ପୂର୍ବବତ୍ ରଖାଯାଇଛି । ସରକାରଙ୍କ ଏହି ପଦକ୍ଷେପ ବିମାନ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ । କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ଯୋଗୁଁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି ଯାହା ଦ୍ୱାରା ସେମାନଙ୍କର ଆୟ ହ୍ରାସ ପାଇଛି । ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତି କମରେ ୨୬୦୦ ଟଙ୍କା ଭଡା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ, କମ୍ ଭଡା ସୀମା ବର୍ତ୍ତମାନ ୨୯୦୦ ଟଙ୍କା ବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୩୦୦ ଟଙ୍କା ଦେବେ ।

Spread the love