ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀଙ୍କ ପାଇଁ ସୁବିଧା, ସଂଯୋଗ ହେବ ଅତିରିକ୍ତ ବଗି

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ବିଶେଷ ଟ୍ରେନ ମାନଙ୍କରେ ଅତିରିକ୍ତ ବଗି ସଂଯୋଗ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଅଛି । ଯାହାଦ୍ୱାରା ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରାଯାଇ ପାରିବ । ନିମ୍ନଲିଖିତ ଅନୁଯାୟୀ ଏପ୍ରିଲ ମାସ ପାଇଁ ୧୩ ଯୋଡ଼ା ବିଶେଷ ଟ୍ରେନରେ ସାମୟିକ ଭାବେ ଅତିରିକ୍ତ ବଗି ସଂଯୋଗ କରାଯାଉଅଛି ।

୦୮୪୪୯/୦୮୪୫୦ ପୁରୀ – ପାଟନା – ପୁରୀ ସ୍ପେଶାଲ ପୁରୀ ଠାରୁ ୫ ରୁ ୨୬ ଏପ୍ରିଲ, ୨୦୨୧ ମଧ୍ୟରେ ଏବଂ ପାଟନା ଠାରୁ ୭ ରୁ ୨୮ ଏପ୍ରିଲ, ୨୦୨୧ ମଧ୍ୟରେଏକ ଏସି-୩ ଟାୟାର କୋଚ ଅସ୍ଥାୟୀ ଭାବେ ସଂଯୋଗ କରାଯିବ । ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ ସେଂଟ୍ରାଲ-ପୁରୀ ସ୍ପେଶାଲ ପୁରୀଠାରୁ ୪ ରୁ ୨୫ ଏପ୍ରିଲ, ୨୦୨୧ ମଧ୍ୟରେ ଏବଂ ଚେନ୍ନାଇ ସେଂଟ୍ରାଲରୁ ୫ ରୁ ୨୬ ଏପ୍ରିଲ ୨୦୨୧ ମଧ୍ୟରେ ଏକ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ପୁରୀଠାରୁ ୧ ରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ଏବଂ ଦୁର୍ଗରୁ ୨ ଏପ୍ରିଲରୁ ୧ ମଇ, ୨୦୨୧ ମଧ୍ୟରେ ଏକ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ । ୦୨୦୮୮/୦୨୦୮୭ ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ ପୁରୀଠାରୁ ୧ ରୁ ୩୦ ଏପ୍ରିଲ ୨୦୨୧ ମଧ୍ୟରେ ଏବଂ ହାଓଡ଼ା ଠାରୁ ୨ ଏପ୍ରିଲରୁ ୧ ମଇ ୨୦୨୧ ମଧ୍ୟରେ ଗୋଟିଏ ଏସି ଚେୟାର କାର କୋଚ ସଂଯୋଗ କରାଯିବ । ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲ ୧ ଏପ୍ରିଲରୁ ୩୦ ଏପ୍ରିଲ ୨୦୨୧ ମଧ୍ୟରେ ଉଭୟ ବଗିରୁ ଏକ ଚେୟାର କାର କୋଚ୍ ସଂଯୋଗ କରାଯିବ । ୦୨୮୫୭/୦୨୮୫୮ ବିଶାଖାପାଟନମ୍‌-ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍ ବିଶେଷ ଟ୍ରେନ୍ ବିଶାଖାପାଟନମ୍‌ରୁ ୪ ରୁ ୨୫ ଏପ୍ରିଲ ୨୦୨୧ ମଧ୍ୟରେ ଏବଂ ମୁମ୍ବାଇ ଏଲଟିଟି ରୁ ୬ ରୁ ୨୭ ଏପ୍ରିଲ ୨୦୨୧ ମଧ୍ୟରେ ଏକ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ । ୦୮୫୦୧/୦୮୫୦୨ ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ଏପ୍ରିଲ ପହିଲା ଠାରୁ ୨୯ ତାରିଖ ମଧ୍ୟରେ ଏବଂ ଗାନ୍ଧୀଧାମ ଠାରୁ ଏପ୍ରିଲ ୪ ତାରିଖ ଠାରୁ ମଧ୍ୟ ୨ ତାରିଖ ମଧ୍ୟରେ ଗୋଟିଏ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବ । ୦୨୮୩୧/୦୨୮୩୨ ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ଏପ୍ରିଲ ପହିଲା ଠାରୁ ୩୦ ତାରିଖ ମଧ୍ୟରେ ଏବଂ ଲିଙ୍ଗମପଲ୍ଲୀ ଠାରୁ ଏପ୍ରିଲ ୨ ତାରିଖ ଠାରୁ ମଇ ପହିଲା ମଧ୍ୟରେ ଗୋଟିଏ ଚେୟାର କାର୍ କୋଚ୍ ସଂଯୋଗ କରାଯିବ ।

୦୮୩୦୬/୦୮୩୦୫ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ ୨ ରୁ ୩୦ ଏପ୍ରିଲ ମଧ୍ୟରେ ଏବଂ ହାଓଡ଼ାରୁ ୩ ଏପ୍ରିଲରୁ ୧ ମଇ ୨୦୨୧ ମଧ୍ୟରେ ଗୋଟିଏ ଏସି ୩ ଟାୟାର କୋଚ ସଂଯୋଗ କରାଯିବ । ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ବିଶେଷ ଟ୍ରେନ ଉଭୟ ପାଶ୍ୱର୍ରୁ ଏପ୍ରିଲ ପହିଲା ଠାରୁ ୩୦ତାରିଖ ମଧ୍ୟରେ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଗୋଟିଏ ଚେୟାର କାର୍ କୋଚ୍ ସଂଯୋଗ କରାଯିବ । ୦୨୦୮୫/୦୨୦୮୬ ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ବିଶେଷ ଟ୍ରେନ ସମ୍ବଲପୁର ଠାରୁ ୨ ରୁ ୩୦ ଏପ୍ରିଲ ମଧ୍ୟରେ ଏବଂ ନାନ୍ଦେଡ଼ରୁ ୩ ଏପ୍ରିଲରୁ ୧ ମଇ ମଧ୍ୟରେ ଗୋଟିଏ ଏସି ୩ ଟାୟାର କୋଚ୍ ସଂଯୋଗ କରାଯିବ ।

Spread the love