ରାଜଧାନୀରେ ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ । ଭଦ୍ରକର ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ପଛପଟେ । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ସେପଟେ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସ ବିଭିନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସାମାନ୍ୟ କଥାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

Spread the love