ଟ୍ରେନ ଧକ୍କାରେ ରେଲୱେ କର୍ମଚାରୀ ମୃତ

ରାଉରକେଲା : ବାଇକ ନେଇ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା । ଟ୍ରେନ ଧକ୍କାରେ ଚାଲିଗଲା ରେଲୱେ କର୍ମଚାରୀଙ୍କ ଜୀବନ । ଶନିବାର ରାତିରେ ରାଉରକେଲା ସହର ନିକଟବର୍ତୀ ବନ୍ଧମୁଣ୍ଡା କୁକୁଡ଼ାଗେଟ ରେଳ ଫାଟକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ରେଲୱେ କର୍ମଚାରୀ ଗ୍ୟାଙ୍ଗ ମ୍ୟାନ ୫୬ ବର୍ଷୀୟ ଏତୁଆ । ସେ ଭାଲୁଲତାର ଢିପାଟୋଲିର ବାସିନ୍ଦା । ଏହି ରେଳ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏତୁଆଙ୍କୁ ଆରଜିଏଚ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବନ୍ଧମୁଣ୍ଡା ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି । ବନ୍ଧମୁଣ୍ଡା ଜିଆରପି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନା ଯେ, କୁକୁଡ଼ାଗେଟ ରେଳ ଫାଟ ବନ୍ଦ ଥିବା ବେଳେ ସେ ନିଜ ବାଇକକୁ ନେଇ ରେଳଧାରଣା ଦେଇ ଅତିକ୍ରମ କରୁଥିଲେ। ମାତ୍ର ହଠାତ ଟ୍ରେନ ଆସିଯିବାରୁ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Spread the love