ସ୍ୱାମମୁଣ୍ଡା ସାହିରେ ଅଘଟଣ : ଦେଢବର୍ଷର ଶିଶୁ ପୁତ୍ର ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ୱାମମୁଣ୍ଡା ସାହିରେ ଅଘଟଣ । ପୋଖରୀରେ ବୁଡି ଦେଢବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ପୁତ୍ର ହେଲେ ଗାଁର ରାମ ମୁଣ୍ଡାଙ୍କ ଦେଢ ବର୍ଷର ପୁଅ ତରଣୀ ମୁଣ୍ଡା ।

ସୂଚନା ଯେ, ଘରେ କେହି ନଥିବା ବେଳେ ଶିଶୁ ପୁତ୍ରଟି ଘର ପଛ ପଟେ ଥିବା ପୋଖରୀରେ ପଡି ମୃତ୍ୟୁ ବରଣ କରିଛି । ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ଭିତରେ ଶିଶୁଟି ପଡିଥିବା ଦେଖି ଉଦ୍ଧାର କରିଥିଲେ । ଶିଶୁଟିକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁପୁତ୍ରର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Spread the love