ବାପ।କୁ ଡାକ୍ତରଖାନା ନେବାବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାପ।କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମନୋଜ ବେହେରା।
ସୂଚନାଯୋଗ୍ୟ ଯେ, ମଇତାପୁର ଗ୍ରାମର ଭାଗୀରଥି ବେହେରାକୁ ବୁଧବାର ରାତିରେ ଏକ ବିଷାକ୍ତ ସାପ କାମୁଡି ଥିଲା। ଫଳରେ ପୁଅ ମନୋଜ ବାଇକ ଯୋଗ ବାପାଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ବାଟରେ ଯିବାବେଳ ଚରମ୍ପା ରେଳ ପୋଲ ନିକଟରେ ଦୁର୍ଘଟଣାରେ ପୁତ୍ର ମନୋଜର ମୃତ୍ୟୁ ହୋଇଥିଲା ବେଳେ ବାପକୁ କଟକ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *