ଅକ୍ସିଜେନ୍‌ ଅଭାବରୁ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ

ଗୋଆ : ଡାକ୍ତରୀ ଅମ୍ଳଜାନ ଅଭାବରୁ ଗତ ୪ ଦିନରେ ରାଜ୍ୟର ବୃହତ୍ତମ କୋଭିଡ୍‌ ଚିକିତ୍ସାଳୟ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡ଼ି ଭୋର୍‌ ସୁଦ୍ଧା ଅନ୍ୟ ୧୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି, ମଙ୍ଗଳବାର ଦିନ ୨୬ଜଣ ଏବଂ ବୁଧବାର ଦିନ ୨୦ଜଣ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥିଲେ।

ଏ ସପ୍ତାହର ପ୍ରାରମ୍ଭରେ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସମ୍ଭବତଃ, ଡାକ୍ତରୀ ଅମ୍ଳଜାନ ଉପଲବ୍ଧତା ଏବଂ ଯୋଗାଣ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ, ରାଜ୍ୟରେ ଅକ୍ସିଜେନ୍‌ ଅଭାବ ନାହିଁ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।

Spread the love