7 ଦିନ ପାଇଁ ଛତ୍ରପୁର ଏନ୍ଏସି ସଟଡାଉନ

ଗଞ୍ଜାମ : ୭ ଦିନ ପାଇଁ ସଟଡାଉନ୍ ହେଲା ଛତ୍ରପୁର ଏନଏସି। କରୋନା ସଂକ୍ରମଣ ଓ ମୁକାବିଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଏହି ସଟଡାଉନ୍ ଘୋଷଣା କରିଛନ୍ତି। ଜୁନ୍ ୩୦ ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ୍ ପାଳନ କରାଯିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏହାବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ବୋଲି କୁହାଯାଇଛି। ଯେଉଁ ଲୋକ ଏହି ସଟଡାଉନ୍ ନିୟମ ଉଲ୍ଲଂଘନ କରେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

 

Spread the love

Leave a Reply

Your email address will not be published. Required fields are marked *