୪୮ ଘଣ୍ଟା ଭିତରେ ଦୁଇଥର ବଦଳି ହେଲେ ଆଇଏଏସ୍ ଅଫିସର ରାଜେଶ୍ବରୀ ବି |

ରାଞ୍ଚି: ଆଇଏଏସ୍ ଅଫିସର ରାଜେଶ୍ବରୀ ବି’ ଙ୍କ ନାମ ଖୁବ୍ ଚର୍ଚ୍ଚାରେ ରହିଛି। ଆଉ କାରଣ ହେଉଛି ୪୮ ଘଣ୍ଟା ଭିତରେ ରାଜେଶ୍ବରୀଙ୍କୁ ଦୁଇଥର ଟ୍ରାନ୍ସଫର କରିଦିଆଯାଇଛି। ଏବେ ରାଜେଶ୍ବରୀଙ୍କୁ ମନରେଗା କମିଶନ୍ କରାଯାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି ଯେ, କୌଣସି ଅଧିକାରୀଙ୍କୁ କିପରି ୪୮ ଘଣ୍ଟା ଭିତରେ ଦୁଇଥର ବଦଳି କରିହେବ? ଉଲ୍ଲେଖନୀୟ ଯେ, ୫ ଜୁଲାଇ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଡେପୁଟି କମିଶନର ଥିଲେ। ୫ ଜୁଲାଇ ସନ୍ଧ୍ୟାରେ ତାଙ୍କର ବଦଳି କରିଦିଆଯାଇଥିଲା। ତାଙ୍କୁ ଝାଡଖଣ୍ଡ ଜୀବିକା ପ୍ରୋତ୍ସାହନ ସୋସାଇଟିର କାର୍ଯ୍ୟନିର୍ବାହୀ ଅଧିକାରୀ କରାଯାଇଥିଲା। ଏହି ନିର୍ଦେଶର ମାତ୍ର ୪୮ ଘଣ୍ଟା ଭିତରେ ଅର୍ଥାତ ୭ ଜୁଲାଇ ସନ୍ଧ୍ୟାରେ କର୍ମଚାରୀ, ପ୍ରଶାସନିକ ସଂସ୍କାର ଏବଂ ସରକାରୀ ଭାଷା ବିଭାଗ ପକ୍ଷରୁ ଆଉ ଏକ ଅଧିସୂଚନା ଜାରି କରାଯାଇଥିଲା। ଯେଉଁଥିରେ ରାଜେଶ୍ବରୀଙ୍କ ଟ୍ରାନ୍ସଫର ଅର୍ଡରକୁ ହଟାଇ ତାଙ୍କୁ ମନରେଗା କମିଶନ୍ କରିଦିଆଯାଇଛି।

କିଛି ଦିନ ପୂର୍ବେ ୨୦୧୪ ବ୍ୟାଚର ଆଇଏଏସ୍ ବରୁଣ ରଞ୍ଜନଙ୍କୁ ମନରେଗା କମିଶନ୍ କରାଯାଇଥିଲା। ୫ ଜୁଲାଇରେ ତାଙ୍କୁ ପାକୁଡର ଡେପୁଟି କମିଶନର କରିଦିଆଯାଇଥିଲା। ଉଲ୍ଲେଖନୀୟ ଯେ, କରୋନା କାଳରେ ଝାଡଖଣ୍ଡର ଗ୍ରାମୀଣ ବ୍ୟବସ୍ଥାକୁ ସମ୍ଭାଳିବାରେ ମନରେଗାର ଯୋଜନାର ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ପଦ ଉପରେ ବରୁଣ ରଞ୍ଜନ ଆସିବା ପୂର୍ବରୁ ଭାରତୀୟ ବନ ସେବାର ସିଦ୍ଧାର୍ଥ ତ୍ରୀପାଠି ସେବାରତ ଥିଲେ। ସେ ଏଭଳି ପ୍ରଥମ ଅଧିକାରୀ, ଯିଏକି ମନରେଗା କମିଶନ୍ ପଦ ଉପରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ସେବା ମଧ୍ୟ ଦେଇଛନ୍ତି।

Spread the love