ଟିକା ଅଭାବରୁ ଓଡ଼ିଶାରେ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ଆବଶ୍ୟକୀୟ ପରିମାଣର ରାଜ୍ୟରେ କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଶ୍ରୀ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପ୍ରତି ଦିନ ରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ରହିଛି । ଟିକା ଅଭାବ ଯୋଗୁଁ ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ୨ ଦିନ ଭିତରେ କୋଭିସୀଲଡ଼ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରି ପାରୁନାହାନ୍ତି । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରା ଯାଇଛି । ୧ ଲକ୍ଷ ୮୫ ହଜାର ଟିକା କୋଲଡ଼ ଚେନ ପଏଂଟରେ ରହିଛି ଓ ୧ ହଜାର ୧୦୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ତେବେ ପର୍ଯ୍ୟାପ୍ତ ଟିକା ନଥିବାରୁ ବର୍ତମାନ ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି ।

Spread the love