୪୦ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍ କୁଲ୍ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ଜନ୍ମଦିନ। ୪୦ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍ କୁଲ୍। ୧୯୮୧ ଜୁଲାଇ ୭ରେ ବିହାରର ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ମହେନ୍ଦ୍ର ସିଂ ଧୋନୀ ତାଙ୍କର ୧୫ ବର୍ଷର କ୍ରିକେଟ କ୍ୟାରିଅରରେ ବହୁ ରେକର୍ଡ ନିଜ ନାମରେ କରିଛନ୍ତି। କେବେ ଖଡଗପୁର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଟିକେଟ୍ କାଟୁଥିବା ଧୋନୀ ଦିନେ ଭାରତୀୟ କ୍ରିକେଟ୍ ଟିମ୍‌ର ଭାଗ୍ୟ ଲେଖିବେ ତାହା ବୋଧହୁଏ କେହି ଭାବି ନଥିଲେ।

ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନସିପ୍ ସମୟରେ ମହେନ୍ଦ୍ର ସିଂ ଧୋନୀ ତାଙ୍କର କ୍ରିକେଟ୍ କ୍ୟାରିଅର ଆରମ୍ଭ କରିଥିଲେ। ସେ ବାଙ୍ଗଲାଦେଶ ବିପକ୍ଷରେ ଚିଟଗାଁରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ନୀଳ ଜର୍ସି ପିନ୍ଧିଥିଲେ। ହେଲେ ମାହି ଏହି ୱାନଡେ ମ୍ୟାଚରେ ୦ ରନ୍ କରି ଆଉଟ୍ ହୋଇଥିଲେ। ରାଞ୍ଚିର ରାଜକୁମାର ମହେନ୍ଦ୍ର ସିଂହ ଧୋନୀ ତାଙ୍କ କ୍ୟାପ୍ଟେନସିପ୍ ସମୟରେ ଆଇସିସିର ୩ଟି ବଡ଼ ଟୁର୍ଣ୍ଣାମେଣ୍ଟ, ଟି ୧୦ ୱାର୍ଲ୍ଡ କପ୍, ୱାନଡେ ୱାର୍ଲ୍ଡ କପ୍, ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। କ୍ରିକେଟ୍ ଫିଲ୍ଡରେ ଶାନ୍ତ ସ୍ଵଭାବ ରଖୁଥିବା ଧୋନୀ ୯୦ଟି ଟେଷ୍ଟ, ୩୫୦ ,ୱାନଡେ, ୯୮ ଟି ଟ୍ଵେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଛନ୍ତି। ସେହିପରି ୱାନଡେରେ ୧୦ ହଜାର ୭୭୩ ରନ୍ କରିଛନ୍ତି। ଏତଦ୍ ବ୍ୟତୀତ ଟି ୨୦ରେ ମାହିଙ୍କ ନାମରେ ୧ ହଜାର ୬୧୭ ରନ୍ ରେକର୍ଡ ହୋଇଛି।

ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ସର୍ବାଧିକ ଷ୍ଟମ୍ପିଂ ରେକର୍ଡ ରହିଛି। ସେ ୫୩୮ ଇଣ୍ଟରନ୍ୟାଶନାଲ ମ୍ୟାଚରେ ସମୁଦାୟ ୧୯୫ ଷ୍ଟମ୍ପିଂ କରିଛନ୍ତି। ଧୋନୀ ୱାନଡେ ଇଣ୍ଟରନ୍ୟାଶନାଲ କ୍ରିକେଟରେ କ୍ରିକେଟକିପର ଭାବରେ ରେକର୍ଡ କରିଛନ୍ତି। ସେ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଜୟପୁରରେ ୧୮୩ ରନ୍ ଖେଳିଥିଲେ। ଏହି ସମୟରେ ଧୋନୀ ୧୫ଟି ଚୌକା ଓ ୫ଟି ଛକା ମାରିଥିଲେ। ଆଇପିଏଲ୍‌ରେ ଥାଲା ନାମରେ ବେଶ୍ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋନୀ ଆଇସିସି ୱାନଡେ ପ୍ଲେୟାର ଅଫ ଦ ଇୟର ଭାବେ ୨ ଥର ମନୋନୀତ ହୋଇଛନ୍ତି। ୨୦୦୮ ଓ ୨୦୦୯ରେ ସେ ଲଗାତର ଦୁଇ ଥର ଏହି ରେକର୍ଡ ନିଜ ନାମରେ କରିଛନ୍ତି।

ଧୋନୀଙ୍କର ଟ୍ରେଡ୍ ମାର୍କ ହେଉଛି ହେଲିକପ୍ଟର ସର୍ଟ। ସେ ଇଣ୍ଟରନ୍ୟାଶନାଲ ସ୍ତରରେ ବହୁ ଥର ଏହି ସର୍ଟ ମାରି ବଲ୍‌କୁ ପଡିଆ ବାହାରକୁ ପକାଇଛନ୍ତି। ଆଇପିଏଲରେ ମଧ୍ୟ ମାହି ଏହି ସର୍ଟ ମାରି ବେଶ୍ ଚର୍ଚ୍ଚାରେ ରୁହନ୍ତି। ସେ ଏହି ସର୍ଟ ଝାରଖଣ୍ଡର ପୂର୍ବତନ କ୍ରିକେଟର ସନ୍ତୋଷ ଲାଲଙ୍କ ଠାରୁ ଶିଖିଥିଲେ। ଧୋନୀ ମୋଟର ସାଇକେଲ୍ ଉପରେ ସଉକ ରଖନ୍ତି। ରାଞ୍ଚିରେ ତାଙ୍କର ଏକ ଫାର୍ମ ହାଉସ୍ ଅଛି। ଏଠାରେ ତାଙ୍କର ମୋଟରସାଇକେଲ୍ ରଖିବା ପାଇଁ ଅଲଗା ଅଲଗା ଗ୍ୟାରେଜ ରହିଛି। ମାହିଙ୍କର ଏହି ସଉକ କଲେଜ ସମୟରୁ ଥିଲା। ଖାଲି ସମୟରେ ଧୋନୀ ତାଙ୍କର ବାଇକ୍ ସହ ଖୋଲା ସଡ଼କରେ ବୁଲିବାକୁ ପସନ୍ଦ କରନ୍ତି।

Spread the love