ଦୁଇଟି ଅଟୋରୁ ୩୫ଲକ୍ଷ ତାଙ୍କର ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ : ରାଜ୍ୟରେ ଏବେ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି । ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ ହରିଆନାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉରେ ୨ଟି ଅଟୋରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ୪ଜଣଙ୍କୁ ଗିରଫ କରାଯାଇଛି ।

କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ୱାବଧାନରେ ଲମତାପୁଟ ପୋଲିସ ସଗର ଗାଁ ନିକଟରେ ପାଟ୍ରୋଲିଂ ଚଳାଇଥିଲା । ଆନ୍ଧ୍ରପ୍ରଦେଶ ଆଡୁ ଦ୍ରୁତ ଗତିରେ ଆସୁଥିବା ୨ଟି ଅଟୋକୁ ଅଟକାଇ ଥିଲା ପୋଲିସ । କିନ୍ତୁ ଅଟୋ ନେଇ ବିପରିତ ଦିଗକୁ ଚାଲିଯିବା ପାଇଁ ଚେଷ୍ଟା କରୁଥିଲେ ମାଫିଆ । ଆଉ ଅଟୋର ପିଛା କରି ସାନସଗର ଗାଁ ନିକଟରେ ଅଟୋକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଜବତ ଗାଡିରୁ ପ୍ରାୟ ସାଢେ ୩ କ୍ଵିଣ୍ଟାଲ ଗଞ୍ଜେଇ ରହିଥିଲା । ଯାହାର ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି। ସେହିପରି ଅଟକ ଥିବା ଯୁବକ ମାନେ ହେଲେ ମାଛକୁଣ୍ଡ କଣ୍ଟା ଗାଁର ଯୋଗେଶ ହନ୍ତାଳ , ହନୁମଞ୍ଜର ଗାଁର ଗୋବିନ୍ଦ କ୍ରୀସନୀ, ଏବଂ ହରିଆଣାର ଶ୍ୟାମ ସିଙ୍ଗ ଓ ରାମପାଲ ସିଙ୍ଗ । ଏହି ଅଟୋରେ ଆନ୍ଧ୍ରରୁ ଗଞ୍ଜେଇ ନେଇ ହରିଆଣା ଚାଲାଣ ହେଉଥିବା ଜାଣିବାକୁ ପାଇଛି ପୋଲିସ ।

Spread the love