ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ |

ଭୁବନେଶ୍ବର: ନବମ ଓ ଦଶମ ଶ୍ରେଣୀର ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ ।

ଅନଲାଇନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଛି । ଅନଲାଇନ୍ ଶିକ୍ଷା ନେଉଥିବା ପିଲାଙ୍କର କୌଣସି ସମସ୍ୟା ହେଲେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଚଳିତ ବର୍ଷ ବି ସିଲାବସ୍ କମାଇବା ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Spread the love