ବୃଦ୍ଧି ପାଉଛି କରୋନା ସଂକ୍ରମଣ : ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ନୁନୁକାପଶି ଗ୍ରାମ ପଞ୍ଚାୟତକୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ବଇଣ୍ତା ଅଞ୍ଚଳରେ କୋରନା ସଂଙ୍କ୍ରମଣ ଜଟିଳ ଅବସ୍ଥାକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ବୁଧବାର ଏହି ଅଞ୍ଚଳରୁ ୨୨ ଜଣ, ଗୁରୁବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ସଟ୍ ଡାଉନ ପାଇଁ ନିଷ୍ପତ୍ତି ନେଇଛି । ଏହି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସଟ୍ ଡାଉନ ଷେଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିବ । ତେବେ ଜାତୀୟ ରାଜପଥ ୫୫ରେ ଅତ୍ୟାବଶ୍ୟକ ଯାନବାହନ ଚଳାଚଳ କରିପାରିବ । ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅତି ଜରୁରୀ ନ ହେଲେ ଘରୁ ବାହାରିବେ ନାହିଁ ବୋଲି କୁହାଯାଇଛି ।

Spread the love