ପ୍ରଧାନମନ୍ତ୍ରୀ ନେଲେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟୀକା ନେଇଛନ୍ତି । ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ପୁୁଡୁଚେରୀର ନର୍ସ ପି. ନିବେଦା ଓ ପଂଜାବର ନର୍ସ ନିଶା ଶର୍ମା କୋଭିଡ ଟିକା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସେହି ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି । ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। Cowin.gov.inରେ ନାମ ପଞ୍ଜିକରଣ କରନ୍ତୁ । ଟ୍ୱିଟ୍ କରି ସେ ଜନସାଧରଣଙ୍କୁ ପୁଣିଥରେ ଯଥାସମ୍ଭବ ଭ୍ୟାକସିନ୍ ନେବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଟିକା ହିଁ ଏକମାତ୍ର ଅସ୍ତ୍ର, ଯିଏ କି ଭାଇରସ ହରାଇବାରେ ଆମକୁ ସହାୟ ହେବ । ଯଦି ଆପଣ ଟିକା ନେବାକୁ ଯୋଗ୍ୟ ଅଛନ୍ତି ତାହେଲେ ତୁରନ୍ତ ରେଜିଷ୍ଟ୍ରେସନ କରାଇନିଅନ୍ତୁ । ଗତ ମାର୍ଚ୍ଚ ୧ରେ ପ୍ରାଧନମନ୍ତ୍ରୀ ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

Spread the love