୨୦୩୦ ସୁଦ୍ଧା ୟୁନିକର୍ଣ୍ଣର ସଂଖ୍ୟା ୧୦ ଗୁଣା ବୃଦ୍ଧି ପାଇ ୧ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ

ନୁଆଦୀଲ୍ଲୀ:ଏକ ଅଧ୍ୟୟନ ଅନୁଯାୟୀ, ଭାରତର ସଫ୍ଟୱେର୍ ସେବା ଶିଳ୍ପ ୨୦୩୦ ସୁଦ୍ଧା ପ୍ରାୟ ଅଢେଇ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ।

ଦେଶର ସାଏସ୍ ସେକ୍ଟରରେ ଏକ ହଜାରରୁ ଅଧିକ ଅନୁଦାନ ପ୍ରାପ୍ତ ଷ୍ଟାର୍ଟଅପ୍ ଏବଂ ୧୦ ଟି ୟୁନିକର୍ନ ରହିଛି, ଯାହା ବାର୍ଷିକ ସବସ୍କ୍ରିପସନ୍ ରାଜସ୍ୱରେ ୩ ବିଲିୟନ ଡଲାର ଉପାର୍ଜନ କରିଛନ୍ତି। କୋ ଏବଂ ଦେଶର ସଫ୍ଟୱେର୍ ଇଣ୍ଡଷ୍ଟ୍ରି ବାଣିଜ୍ୟ ଗୋଷ୍ଠୀ, ନାସକମ୍ ୨୦୩୦ ସୁଦ୍ଧା ୟୁନିକର୍ଣ୍ଣର ସଂଖ୍ୟା ୧୦ ଗୁଣା ବୃଦ୍ଧି ପାଇ ୧ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି।

ଏହି ଶିଳ୍ପରେ ବର୍ତ୍ତମାନ ୪୦,୦୦୦ କର୍ମଚାରୀ ନିୟୋଜିତ ଥିବା ବେଳେ ୨୦୩୦ ସୁଦ୍ଧା ବାର୍ଷିକ ୭୦ ବିଲିୟନ ଡ଼ଲାରର ଆୟ ହୋଇପାରିବ ଏବଂ ବିଶ୍ୱ ବଜାରର ୬ ପ୍ରତିଶତ ଜିତିପାରିବେ, ଯାହା ୨୦୩୦ ସୁଦ୍ଧା ୧.୩ ଟ୍ରିଲିୟନ ଡଲାର ହେବ ବୋଲି ପୂର୍ବାନୁମାନ କରାଯାଇଛି।
ଭାରତର ଆଇଟି ସେବା ଶିଳ୍ପର ବୃଦ୍ଧି ହେବାର ପ୍ରାୟ ଚାରି ଦଶନ୍ଧି ପରେ, ଟେକ୍ନୋଲୋଜି ଉଦ୍ୟୋଗୀମାନେ ହଜାର ହଜାର ଷ୍ଟାର୍ଟଅପ୍ ସୃଷ୍ଟି କରିଛନ୍ତି ଯାହାକି କ୍ଲାଉଡ୍ ମାଧ୍ୟମରେ ଏକ ସବସ୍କ୍ରିପସନ୍ ସେବା ଭାବରେ ବିଲିଂ ଠାରୁ ଆରମ୍ଭ କରି ଗ୍ରାହକଙ୍କ ସମର୍ଥନ ପର‌୍ୟ୍ୟନ୍ତ ସଫ୍ଟୱେୟାର୍ ସମାଧାନ ପ୍ରଦାନ କରୁଛି ।

Spread the love