ଜାଲନୋଟ କାରବାର ରାକେଟ ଧରା ପଡିଲା

ଝାରସୁଗୁଡ଼ା : ଶନିବାର ସକାଳ ୧୧-୩୦ ରେ ଝାରସୁଗୁଡା ଏସ.ପି ରାହୁଲ.ପି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ଯେ ବନହରପାଲି ଥାନା ଅଧିନରେ ଥିବା ବନ୍ଦବାହାଲ ପେଟ୍ରୋଲ ପମ୍ପ ରେ ଜାଲ ଦୁଇଟି ଶହେ ଟଙ୍କିଆ ନୋଟ ଦେଇ ପେଟ୍ରୋଲ ମହମ୍ମଦ ଅଜମଲ(କଦମଡିହି) ୨୭ ତାରିଖ ସକାଳେ ପକାଇ ଥିଲେ । ଏହା ପୂର୍ବରୁ ମଧ୍ୟ ଜାଲନୋଟ ଦେଇ ତେଲ ନେଇ ଥିଲେ । ଏଣୁ କର୍ମଚାରୀ ମାନେ ମହମ୍ମଦ ଅଜମଲ କୁ ଧରି ପେଟ୍ରୋଲ ପମ୍ପ ମାଲିକ ଗିରିଶା ସିଂ ଙ୍କୁ ଦେଇ ଥିଲେ । ମାଲିକ ଗିରିଶା ସିଂ ବନ୍ଦବାହାଲ ଫାଣ୍ଡିରେ ଥିବା ଇନଚାର୍ଯ ଅଶୋକ କୁମାର ଦାସ ଙ୍କୁ ମହମ୍ମଦ ଅଜମଲ ହସ୍ତାନ୍ତର କରି ଥିଲେ । ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର ଏସ.ପି କୁ ଜଣାଇ ଏସ.ପି ଙ୍କ ନିର୍ଦ୍ଧେଶ ରେ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନ ଚଢାଉ କରି ଜାଣିବାକୁ ପାଇଲେ ଯେ ସୁନ୍ଦରଗଡ ଜିଲ୍ଳାର ତଳସରା ଥାନା ଅଧିନରେ ଥିବା ଉଲତୁଡିହି ଗ୍ରାମର ମହମ୍ମଦ ଅଜମଲ(୨୦) ବନ୍ଦବାହାଲ ରହିଥାଏ । ତାହାର ସହେଯାଗୀ ସମ୍ବଲପୁର ଜିଲ୍ଳାର ଗୋବିନ୍ଦପୁର ଥାନାର ବାମରାର ଇତ୍‌ଫାକ ଆନସାରୀକୁ ଗିରଫ କରିବା ସହିତ ଘରୁ ରଙ୍ଗିନ ଜେରେକ୍ସ ମେସିନ ଓ ଅନ୍ୟ ଏକ ସାଥି ସେହି ଗ୍ରାମର ମହମ୍ମଦ ଇରଫାନ(୨୪) ଗିରଫ କରି ସେମାନଙ୍କ ଠାରୁ ୧୦୦ ଟଙ୍କିଆ ୯୧୮ ଖଣ୍ଡ, ୫୦୦ ଟଙ୍କିଆ ୯ ଖଣ୍ଡ, ନୋଟ ସମୁଦାୟ ୯୬ ହଜାର ୩୦୦ ଟଙ୍କା ,ନୋଟ ତିଆରି ରଙ୍ଗ, ୩ଟି ମୋବାଇଲ,ଓ ଡି.୨୩ଜି.୧୧୩ ମଟର ସାଇକେଲ ପ୍ରଭୃତି ଜବତ କରିଛନ୍ତି । ବନହରପାଲି ଥାନା କେଶ ନମ୍ବର ୧୮୭/୨୭.୧୧.୨୦୨୦ ଦଫା ୪୨୦,୪୮୯,୪୮୯(ଏ)(ବୀ)(ସି)(ଡ)(ଇ)ରେ ଆଜି ଶନିବାର ଆସାମୀ ମାନଙ୍କୁ କୋର୍ଟ ଚାଲଣ କରା ଯାଇଛି । ହାବିଲଦାର ନେତ୍ରାନନ୍ଦ କାଲେ,ଅଶୋକ କୁମାର ଦାସ ଙ୍କ ଦଳ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର ଙ୍କୁ ତଦନ୍ତ ରେ ସହଯୋଗ କରି ଥିଲେ ।

Spread the love