ଆସନ୍ତା ୨୬ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଆସନ୍ତା ୨୬ରେ ଭାରତ ବନ୍ଦ ପାଇଁ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି । ସରକାରୀ ଉଦ୍ୟୋଗଗୁଡିକର ଘରୋଇକରଣ, ନୂତନ କୃଷିଆଇନ ଭଳି ସରକାରଙ୍କ କେତେକ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ କାଉନ୍‌ସିଲ୍ ଅଫ୍ ଟ୍ରେଡ୍ ୟୁନିୟନ (ଏଆଇସିଟିୟୁ), ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନ (ସିଆଇଟିୟୁ) ପ୍ରଭୃତି ଶ୍ରମିକ ସଙ୍ଗଠନଗୁଡିକ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ଏଥିରେ ବୀମା, ବ୍ୟାଙ୍କ, ରେଳବାଇ ଆଦିର କର୍ମଚାରୀମାନେ ସାମିଲ ହେବାକୁ ଥିବାରୁ ଏଗୁଡିକର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏହି ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ସେବାଗୁଡିକ ବାଦ୍ ପଡିବ ବୋଲି ଶ୍ରମିକ ସଙ୍ଗଠନର ନେତାମାନେ କହିଛନ୍ତି । ଅପରପକ୍ଷରେ ବିଜେପି ସମର୍ôଥତ ଭାରତୀୟ ମଜଦୂର ସଙ୍ଗଠନ (ବିଏମଏସ୍‌) ଏହି ଧର୍ମଘଟରେ ସାମିଲ ହେବ ନାହିଁ ବୋଲି ଇତି ମଧ୍ୟରେ ସ୍ପଷ୍ଟ କରିଛି ।

Spread the love