ସ୍ୱର୍ଗଦ୍ୱାରରେ ପହଞ୍ଚିଲା ସୁଶୀଳା ଦେବୀଙ୍କ ମରଶରୀର

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଲା ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ମରଶରୀର। ରାଜ୍ୟର ପ୍ରଥମ ନାଗରିକା ସୁଶୀଳା ଦେବୀଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର। ଶେଷ ସମ୍ମାନ ଜଣାଇଲେ ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ। ମନ୍ତ୍ରୀ ନବକିଶୋର ଦାସ ଓ ଅଶୋକ ପଣ୍ଡା ଉପସ୍ଥିତ।

ସୂଚନା ଯେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ରବିବାରର ରାତିରେ ପରଲୋକ ହୋଇଥିବା ସୂଚନା ମିଳିଛି। ଗତ ନଭେମ୍ବର ୧ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ।

Spread the love