କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ୍

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ।ଏସମ୍ପର୍କରେ ମଙ୍ଗଳବାର ଦିନ ସାଧାରଣ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି । ବଲାଙ୍ଗିର ଜିଲ୍ଲାକୁ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ପଠାଯାଇଛି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ଓ ସମ୍ୱଲପୁର ଜିଲ୍ଲାକୁ ମଧୁସୂଦନ ବେହେରା, ପ୍ରଭାତ ସାହୁଙ୍କୁ ପଠାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ଓସନ୍ତୋଷ ଦାସ ,ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକଙ୍କୁ ପଠାଯାଇଛି । ତୁରନ୍ତ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love