ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷା

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୫ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରି ବୋର୍ଡ ପରୀକ୍ଷା
ଭୁବନେଶ୍ୱର : ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ଏପ୍ରିଲ ୫ରୁ ୭ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଦୁଇଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏ ଚାଲିବ । ଅନ୍ୟପକ୍ଷରେ ଗଣିତ ପରୀକ୍ଷାରେ ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ । ଏହି ପରୀକ୍ଷାରେ ପାଖାପାଖି ୬ ହଜାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି ।

୩ ଓ ୪ ତାରିଖରେ ବିଦ୍ୟାଳୟଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଯୋଗାଇ ଦିଆଯିବ। ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ଓଷ୍ଟା ପକ୍ଷରୁ ସମସ୍ତ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ସହଯୋଗ କାମନା କରାଯାଇଛି। ପରୀକ୍ଷା ସରିବା ପରେ ୮ ତାରିଖରେ ସମସ୍ତ ପ୍ରଶ୍ନର ଆଦର୍ଶ ଉତ୍ତର ଓଷ୍ଟା ୱେବସାଇଟ୍‌ରେ ଉପଲବ୍ଧ ହେବ। ୧୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହେବ ଏବଂ ଅଭିଭାବକଙ୍କୁ ପିଲାଙ୍କ ମାର୍କ ସମ୍ପର୍କରେ ସୂଚନା ଦିଆଯିବ । ଏପ୍ରିଲ ୧୦ରୁ ମେ’ ୩ ପର୍ଯ୍ୟନ୍ତ ପିଲାଙ୍କ ଦୁର୍ବଳତାକୁ ଚିହ୍ନଟ କରି ଓଷ୍ଟା ।

Spread the love