ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ ୨-ଡିଜିର ୧୦ ହଜାର ଡୋଜ୍

ନୂଆଦିଲ୍ଲୀ : କରୋନା କାଳରେ ଆଶ୍ୱସ୍ତି ଆଣିଛି “ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) । ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ ୨-ଡିଜିର ୧୦ ହଜାର ଡୋଜ୍ । ଡିଆରଡିଓ ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଔଷଧ ବ୍ୟବହାର ପାଇଁ ଉତ୍ପାଦନକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ଏହି ଔଷଧ ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଏନେଇ ଶୁକ୍ରବାର କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ.କେ ସୁଧାକର ଡିଆରଡିଓ କ୍ୟାମ୍ପସ ପରିଦର୍ଶନ କରିଥିଲେ । ଏହି ସମୟରେ ବୈଜ୍ଞାନିକମାନେ ୨-ଡିଜି ଔଷଧ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଯାହା କୋଭିଡ ଯୁଦ୍ଧରେ ବହୁ ହିତ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ସୁଧାକର କହିଛନ୍ତି ଯେ ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ୨-ଡିଜି ଏକ ପ୍ରମୁଖ ସଫଳତା । ଏହା ମହାମାରୀର ମୁକାବିଲା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏପରିକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସାହାଯ୍ୟ କରିବ ।

Spread the love