ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ନିମନ୍ତେ ପ୍ରସ୍ତୁତ ଇଂଲଣ୍ଡ

ଲଣ୍ଡନ : କରୋନା ମହାମାରୀ ପାଇଁ ବନ୍ଦ ରହିଥିବା କ୍ରିକେଟ ସିରିଜ ପୁଣି ଥରେ ଫେରୁଛି । ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ନିମନ୍ତେ ସମ୍ପୂର୍ଣ ଭାବେ ପ୍ରସ୍ତୁତ ଇଂଲଣ୍ଡ କ୍ରିକେଟ ଟିମ । ଏହି ସିରିଜ ପୂର୍ବରୁ ସମସ୍ତ ଇଂଲଣ୍ଡ ଖେଳାଳିଙ୍କ କୋଭିଡ -19 ଟେଷ୍ଟ କରାଯାଇଥିଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । 

ବୋର୍ଡ଼ର ସୂଚନା ଅନୁସାରେ ଜୁନ 3 ରୁ ଜୁନ 23 ତାରିଖ ମଧ୍ୟରେ ସମସ୍ତ ଇଂଲଣ୍ଡ ଖେଳାଳି, ସପୋର୍ଟ ଷ୍ଟାଫ,ମେଡିକାଲ ଅଧିକାରୀ, ଇଂଲଣ୍ଡ କ୍ରିକେଟ ବୋର୍ଡ଼ର ଷ୍ଟାଫ ଏବଂ ଗ୍ରାଉଣ୍ଡ ଏବଂ ହୋଟେଲ ଷ୍ଟାଫ ସମସ୍ତଙ୍କ ନମୁନା ମିଶାଇ 702 ଟି ନମୁନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଏହି ନମୂନା ପରୀକ୍ଷଣ ସାଉଥହମ୍ପଟନ ଏବଂ ମଂଚେଷ୍ଟାର ଠାରେ ଅନୁଷ୍ଠିତ ହୋଇଥିଲା । ତେବେ ଇଂଲଣ୍ଡ ଦଳର ପ୍ରମୁଖ ଯୁବ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଏପର୍ଯ୍ୟନ୍ତ ଦଳର କ୍ୟାମ୍ପରେ ଯୋଗଦେଇନାହାନ୍ତି । ତାଙ୍କର ପରୀକ୍ଷା କରାଯାଇଥିବା ନମୁନା ନେଗେଟିଭ ଆସିଛି ଏବଂ ସିଏ ଖୁବଶୀଘ୍ର ଦଳରେ ଯୋଗ ଦେବେ ବୋଲି ମଧ୍ୟ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ କୁହାଯାଇଛି ।ତେବେ ଏହି ସିରିଜ ଖେଳିବାକୁ ଆସିଥିବା ୱେଷ୍ଟଇଣ୍ଡିଜ ଖେଳାଳି ଜୈବ ବିବିଧତା ପରିବେଶରେ ରହି ଅଭ୍ୟାସ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *