୬ଦିନ ପାଇଁ ଜାହାଡା ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା

ବ୍ରହ୍ମପୁର : କରୋନା ସଂକ୍ରମଣ ବ୍ୟାପୁ ଥିବାରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତକୁ ୬ଦିନ ଲାଗି କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ସୁଲତା ବେହେରା । ସେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି କରି ସୂଚନା ଦେଇଛନ୍ତି କି ଗତ ଦୁଇ ଦିନ ମଧ୍ୟରେ ଜାହାଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କରୋନାରେ ୩ ଜଣଙ୍କର ଜୀବନହାନୀ ଘଟି ଥିବାରୁ ସେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି |

ଉଲ୍ଲେଖଯୋଗ୍ୟ, ଶୁକ୍ରବାର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କର ବ୍ରହ୍ମପୁର ବଡ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ମୃତ୍ୟୁ ଘଟିଥିଲା | ତେବେ ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ସରପଞ୍ଚ ସୁଲତା ବେହେରା ଜାରି କରିବା ପରେ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଟୁଇଟ୍ କରି ଖଣ୍ଡନ କରିଛନ୍ତି। କେବଳ ବ୍ଲକ ଉପାଧ୍ୟକ୍ଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ସୂଚନାକୁ ସେ ଗୁଜବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *