୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ମାନଙ୍କୁ ନିଯୁକ୍ତି

  • ପତ୍ନୀଙ୍କ ବିୟୋଗ ସତ୍ୱେ ରାଜ୍ୟପାଳ ତୁଲାଇଲେ ଦାୟିତ୍ୱ

ଭୁୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସେଥିମଧ୍ୟରେ ଦୁଇ ଜଣ ମହିଳା କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ସେମାନେ ହେଲେ କିଶୋର ବାସା-ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ, ଅପରାଜିତା ଚୌଧୁରୀ – ରମାଦେବୀ ବିଶ୍ୱ ବିଦ୍ୟାଳୟ, ସବିତା ଆଚାର୍ଯ୍ୟ – ଉତ୍କଳ ବିଶ୍ୱ ବିଦ୍ୟାଳୟ, ପ୍ରଫୁଲ୍ଲ ମହାନ୍ତି – ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ, ଦୀନବନ୍ଧୁ ସାହୁ – ଫକୀରମୋହନ ବିଶ୍ୱ ବିଦ୍ୟାଳୟ, ଏନ.ନାଗ ରାଜୁ – ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟର ପ୍ରଥମ ମହିଳା ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ମ୍ରିୟମାଣ ହୋଇଥିବା ସତ୍ୱେ ରାଜ୍ୟପାଳ ତାଙ୍କର କର୍ତବ୍ୟ ନିର୍ବାହ କରିଥିଲେ ।

Spread the love