୨୨ ହଜାର ଅନ୍ତର୍ଜାତୀୟ ରନ୍‌ରେ କୋହଲି ଦ୍ରୁତତମ

ସିଡ୍‌ନୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରବିବାର ମ୍ୟାଚ୍‌ରେ ୮୯ ରନ୍ କରିଥିଲେ ହେଁ ଏହା ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ । କିନ୍ତୁ ଏହି ଇନିଂସ ଅବସରରେ କୋହଲି ତାଙ୍କ କ୍ୟାରିୟର୍‌ରେ ଆଉ ଏକ ରେକର୍ଡ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୨ ହଜାର ରନ୍ ପୂରଣ କରିବା ସହ ଏ କ୍ଷେତ୍ରରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ୨୫୦ତମ ଦିନିକିଆ ଖେଳିଥିବା କୋହଲି ଅଦ୍ୟାବଧି ସମୁଦାୟ ୪୬୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି । ଏଥିସହ କୋହଲି ନିଜ ଦେଶର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । ସଚିନ୍ ୪୯୩ତମ ଇନିଂସରେ ୨୨ ହଜାର ରନ୍ ପୂରଣ କରିଥିଲେ । ସେହିପରି ବ୍ରାଏନ୍ ଲାରା ଓ ରିକି ପଂଟିଂ ଯଥାକ୍ରମେ ୫୧୧ ଓ ୫୧୪ତମ ଇନିଂସରେ ଏହି ସଂଖ୍ୟକ ରନ୍ କରିପାରିଥିଲେ । କୋହଲି ଅଦ୍ୟାବଧି ଦିନିକିଆରେ ୧୧ ହଜାର ୯୭୭ ରନ୍ କରିଥିବା ବେଳେ ୮୬ଟି ଟେଷ୍ଟ୍‌ରେ ଓ ୮୨ଟି ଟି-୨୦ ମ୍ୟାଚ୍‌ରେ ଯଥାକ୍ରମେ ୭ ହଜାର ୨୪୦ ଓ ୨ ହଜାର ୭୯୪ ରନ୍ କରିଛନ୍ତି ।

Spread the love