୨୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭଦ୍ରକ : ପୁଣି ଧରାହେଲା ବ୍ରାଉନସୁଗାର ବା ହେରୋଇନ ଚୋରାରେ ବିକ୍ରି ବେଳେ ଧରିଲା ଅବକାରୀ ବିଭାଗ । ଗୋଟିଏ ବାଇକ୍ ସହ ୨ ଜଣ ଗିରଫ ହୋଇଛନ୍ତି । ଭଦ୍ରକ ଅବକାରୀ ବିଭାଗ ଗିରଫ କରିଛି ।ସୂଚନା ଅନୁଯାୟୀ ଗିରଫ ଦୁଇଜଣ ବହୁଦିନ ହେଲା ବ୍ରାଉନସୁଗାର ବିକ୍ରି କରୁଥିଲା । ଏନେଇ ଭଦ୍ରକ ଅବକାରୀ ବିଭାଗର ସଦର ସବଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଦୀର୍ଘଦିନର ଚୋରା ବେପାର ପରେ ଭଦ୍ରକ ବନ୍ତ ଛକ ନିକଟରେ ଦୁଇଜଣ ବାଇକରେ ଯାଉଥିବା ବେଳେ ଅବକାରୀ ଟିମ୍ ହାବୁଡରେ ପଡିଥିଲେ । ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏକ ପଲସର ବାଇକ ଜବତ କରିବା ସହ ସୁଜିତ ଦାସ ଓ ପ୍ରଶାନ୍ତ ବେହେରା ନାମକ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ବ୍ରାଉନସୁଗାର କେଉଁ ସ୍ଥାନରୁ ଆଣିଥିଲେ ସେ ନେଇ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *