୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ଡାଉନ୍‌ର ଶେଷ ସପ୍ତାହ

ଭୁବନେଶ୍ବର : ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ଡାଉନ୍‌ର ଶେଷ ସପ୍ତାହ । ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରଖାଯାଉଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀର ଜିଲ୍ଲାରେ ସଂପୂର୍ଣ୍ଣ ସଟ୍ ଡାଉନ୍ ହେଉଛି ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ସପ୍ତାହ ଭଳି ସଟ୍ ଡାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି । ସଟ୍ ଡାଉନ୍ ଯୋଗୁଁ ରାଜଧାନୀ ଭୁବନେଶ୍ବର ରାସ୍ତା ଘାଟ ଖାଁ ଖାଁ । କମିସନରେଟ୍ ପୋଲିସ ପକ୍ଷରୁ ସହରରେ ସବୁ ଛକରେ ବ୍ୟାରିକେଡିଂ କରାଯାଇ ଚେକିଂ ବ୍ଲକିଂ ଜାରି ରହିଛି । ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବାବଧାନରେ ସଟ୍ ଡାଉନ୍ ମନିଟରିଂ ହେଉଛି ।

Spread the love

Leave a Reply

Your email address will not be published. Required fields are marked *