ୟୁପିରେ ଗଙ୍ଗାସ୍ନାନ ମେଳା ବାତିଲ

ମିରଟ୍ : ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମିରଟ୍ ଜିଲାସ୍ଥିତ ହସ୍ତିନାପୁର ଓ ହାପୁର ଜିଲାସ୍ଥିତ ଗଡମୁକ୍ତେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗଙ୍ଗାସ୍ନାନ ମେଳା ଓ ଦୀପଦାନ ଉତ୍ସବକୁ ବାତିଲ କାଯାଇଛି । ଗଡମୁକ୍ତେଶ୍ୱରରେ ବୁଧବାର ଓ ହସ୍ତିନାପୁରରେ ଶୁକ୍ରବାରଠାରୁ ଏହି ମେଳା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ସଂପ୍ରତି କୋଭିଡ୍ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡିଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଜିଲା ସମେତ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରୁ ହଜାର ହଜାର ଭକ୍ତ ବୁଡ ପକାଇବାକୁ ଏହି ଦୁଇଟି ଧାର୍ମିକ ସ୍ଥାନକୁ ଆସିଥାନ୍ତି ।

Spread the love