ହେରା ପଞ୍ଚମୀ ନୀତି; ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ : ନୀତି, ବିଧି ଓ ପରମ୍ପରା ମୁତାବକ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଅନୁଷ୍ଠିତ ହେଉଛି ହେରା ପଞ୍ଚମୀ। ଶନିବାର ସନ୍ଧ୍ୟା ଆଳତି ପରେ ଆଡପ ମଣ୍ଡପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି ମହାଲକ୍ଷ୍ମୀ।

ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ନନ୍ଦିଘୋଷ ରଥ ନିକଟରେ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବା ସହ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ମୁଖଚୁମ୍ବିତ ଅଧରମାଳା ପ୍ରଦାନ କରାଯାଇଛି। ଏଥି ସହିତ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ। ଇତି ମଧ୍ୟରେ ମହାଲକ୍ଷ୍ମୀ ଅଭିମାନରେ ପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *