ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା ; ୪ ଅଭିଯୁକ୍ତଙ୍କ ହେବ ନାର୍କୋ ଟେଷ୍ଟ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଥ୍‌ରସ୍‌ରେ ଗଣ ଦୁଷ୍କର୍ମ ଓ ପୀଡିତାଙ୍କ ମୃତ୍ୟୁ ଘଟଣାରେ ସିବିଆଇ ୪ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ସେମାନଙ୍କୁ ଗୁଜରାଟର ଗାନ୍ଧୀନଗରକୁ ନେଇଛି । ଏହି ଅଭିଯୁକ୍ତମାନେ ଆଲିଗଡ ଜେଲ୍‌ରେ ରହିଥିଲେ । ସୋମବାର ସେମାନଙ୍କର ପଲିଗ୍ରାଫ୍ ଓ ବ୍ରେନ ମ୍ୟାପିଂ ଟେଷ୍ଟ କରାଯିବ ।

ସୂଚନା ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ହାଥ୍ରସ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଉତ୍ତରପ୍ରଦେଶର ହାଥ୍ରସ ଅନ୍ତର୍ଗତ ବୁଲ୍‌ଗଡି ଗାଁର ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ଶାରିରୀକ ନିର୍ଯ୍ୟାତନା ଦିଆଯିବାରୁ ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯୁବତୀଜଣକ ମୃତ୍ୟୁକାଳୀନ ଜମାନବନ୍ଦୀରେ ୪ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଥିଲେ । ସିବିଆଇ ପକ୍ଷରୁ ଇତି ମଧ୍ୟରେ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରିରହିଛି ।

Spread the love