ହତାଶ ହୋଇପଡ଼ିଲେଣି ଆତଙ୍କୀ : ଜେନେରାଲ ନରବଣେ

କନ୍ନୁର : ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କୀମାନେ ହତାଶ ହୋଇପଡିଛନ୍ତି । ଭାରତର ସେନାଧ୍ୟକ୍ଷ ଜେନେରାଲ ଏମ ଏମ୍ ନରବଣେ ଏହା କହିଛନ୍ତି । ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇ ଜେନେରାଲ ନରବଣେ କହିଛନ୍ତି, ପଶ୍ଚିମସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଭୟ ଦୂର ହୋଇନଥିଲେ ମଧ୍ୟ ସେମାନେ ହଠାତ୍ ହୋଇପଡିଛନ୍ତି । ଶୀତ ୠତୁର ଆଗମନରେ ଅନୁପ୍ରବେଶ ସହଜ ହେବ ନାହିଁ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଜେନେରାଲ ନରବଣେ ଏଝିମାଲା ସ୍ଥିତ ଭାରତୀୟ ନୌସେନା ଏକାଡେମୀ (ଆଇଏନ୍‌ଏ)ର ପାସିଂ ଆଉଟ୍ ପ୍ୟାରେଡ୍‌ରେ ଭାଗ ନେବା ଅବସରରେ ଜେନେରାଲ ନରବଣେ ଏହା କହିଛନ୍ତି । ଉଲ୍ଲେଖଯୋଗ୍ୟ ଏହି ଏକାଡେମୀର ୧୬୪ ଜଣ ଶିକ୍ଷାନବୀଶ ତାଲିମ୍ ପୂର୍ଣ୍ଣାଙ୍ଗ କରିଛନ୍ତି । ଶ୍ରୀଲଙ୍କା ନୌବାହିନୀର ଦୁଇ ଜଣ ତାଲିମ୍‌ଧାରୀ ମଧ୍ୟ ଏଠାରୁ ଉତୀର୍ଣ୍ଣ ହୋଇଛନ୍ତି । ଜେନେରାଲ ନରବଣେ କହିଛନ୍ତି, କ୍ୟାଡେଟ୍‌ମାନଙ୍କୁ କଠିନ ତାଲିମ ଦିଆଯାଇଛି, ଯାହା ଫଳରେ ସେମାନେ ଦେଶରେ ଯେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବେ ।

Spread the love