ହଠାତ୍ ବସ୍‌ରେ ଲାଗିଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ ବସ୍

କଟକ : କଟକ ପାଲାମଣ୍ଡପ ସ୍ଥିତ ପୁରୀ ବସଷ୍ଟାଣ୍ଡରେ ଥିବା ‘ଶ୍ରୀମନ୍ଦିର’ ନାମକ ବସରେ ହଠାତ୍ ଲାଗିଲା ନିଆଁ। ଚାହୁଁ ଚାହୁଁ କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁ ଲିଭା ଜାରି ସହ ନିଆଁକୁ ଆୟତ୍ତ କଲେ । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ସେହିପରି ବସରେ କୌଣସି ଯାତ୍ରୀ ନଥିବା ସୂଚନା ମିଳିଛି । ନିକଟରେ ଅନ୍ୟ ବସ୍‌ଗୁଡିକ ରହିଥିବା ବେଳେ ସେଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ପୋଲିସ ପହଞ୍ଚି ନିଆଁ ଲାଗିବାର ପ୍ରକୃତ କାରଣ ଖୋଜୁଛି ।

Spread the love