ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ର ଉଠାଣ ଆଜି

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ସିରିଜ୍ ର ଉଠାଣ ମଙ୍ଗଳବାର ଅପରାହ୍ନ ୨.୩୦ ଟା ସମୟରେ ଅନୁଷ୍ଠିତ ହେବ । କରୋନା ମହାମାରୀଜନିତ ପରିସ୍ଥିତି ଯୋଗୁଁ ଏହି ଉଠାଣ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା । ସାମାଜିକ ଦୂରତା ପାଳନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଅଧିକ ଜନସମାବେଶ ନକରି ସର୍ବଧାରଣଙ୍କ ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଠାଣ ପ୍ରକ୍ରିୟା ‘ୟୁ ଟ୍ୟୁବ୍‌’ (URL:- https://bit.ly/38B5Hzl) ଏବଂ ଅର୍ଥ ବିଭାଗ ‘ଫେସବୁକ୍‌’(URL:https://www.facebook.com/Odisha-Small-Savings-IncentiveScheme100968628513153) ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ଓଡ଼ିଶାର ଜନସାଧାରଣଙ୍କ ଦାରା ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାଗୁଡ଼ିକ ବିଶେଷ ଭାବରେ ଆଦୃତ ହୋଇଥିବାରୁ ଏହି ଉଠାଣ କାର୍ଯ୍ୟକ୍ରମ ପ୍ରତି ସ୍ୱଳ୍ପ ସଂଚୟ ଜମାକାରୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି ।

Spread the love