ସ୍ପୁଟନିକ୍‌-ଭି ୯୫% ଫଳପ୍ରଦ

ମୋସ୍କୋ: ‘ସ୍ପୁଟନିକ୍ ଭି’ କରୋନା ଟିକା ୯୫% ଫଳପ୍ରଦ ହୋଇଛି । ଏନେଇ ଋଷ ପକ୍ଷରୁ ସୂଚନା ଦିଆଯାଇଛି । ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪% ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି ଜଣାପଡିଛି।
ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟିକା ନେବାର ୪୨ ଦିନ ପରେ ଏହି ରିପୋର୍ଟ ଆସିଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିବ। ୨୦୨୧ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ କିଭଳି ଏହି ଟିକା ଦିଆଯିବ ବୋଲି ପୁଟିନ ସରକାର ଗୁରୁତ୍ୱ ଦେଇଛନ୍ତି। ତେଣୁ ଟିକା ତିଆରି ନେଇ ଅନ୍ତର୍ଜାତୀୟ ସଂସ୍ଥା ସହିତ ସରକାର ପ୍ରସ୍ତୁତି ଚଳାଇଛି।

Spread the love