ସେଲ୍ଫ ଆଇସୋଲେଶନରେ ଓ୍ବେଷ୍ଟଇଣ୍ଡିଜ କୋଚ୍‌ ସିମନ୍ସ

ମାଞ୍ଚେଷ୍ଟର : ଓ୍ବେଷ୍ଟଇଣ୍ଡିଜ-ଇଂଲଣ୍ଡ ସିରିଜ ପୂର୍ବରୁ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାପରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଫିଲ୍‌ ସିମନ୍ସଙ୍କୁ ସେଲ୍ଫ ଆଇସୋଲେଶନରେ ରହିବାକୁ କୁହାଯାଇଛି। ତେବେ ଏହା ଦଳର ପ୍ରସ୍ତୁତିକୁ ପ୍ରଭାବିତ କରିବ ନାହିଁ ବୋଲି ଦ୍ରୁତ ବୋଲର ଅଲଜାରୀ ଜୋସେଫ୍‌ କହିଛନ୍ତି। ଇଂଲଣ୍ଡ ଗସ୍ତରେ ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ସିମନ୍ସ ଏକ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଫଳରେ ଓଲ୍ଡ ଟ୍ରାଫୋର୍ଡ ସ୍ଥିତ ଏକ ହୋଟେଲରେ ସେ ଆଇସୋଲେଶନରେ ରହିଛନ୍ତି। ଗୁରୁବାର ଦଳରେ ଯୋଗ ଦେବା ପୂର୍ବରୁ ତାଙ୍କୁ ୨ଥର କୋଭିଡ୍‌-୧୯ ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ। ଏହା ସତ୍ତ୍ୱେ ଦଳର ପ୍ରସ୍ତୁତି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜାରି ରହିବ ବୋଲି ଜୋସେଫ୍‌ କହିଛନ୍ତି। ଆମର ଏକ ବଡ଼ କୋଚିଂ ଷ୍ଟାଫ୍‌ ରହିଛି। ଷ୍ଟାଫ୍‌ମାନେ ପରସ୍ପରକୁ ସହଯୋଗ ମଧ୍ୟ କରୁଛନ୍ତି। ତେଣୁ ପ୍ରସ୍ତୁତିରେ ସେଭଳି କୌଣସ ବଡ଼ ଧରଣର ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। ସହକାରୀ କୋଚ୍‌ ରୋଡି ଇଷ୍ଟଓ୍ବିକ୍‌ ଓ ରେୟନ ଗ୍ରିଫିଥ୍‌ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଦଳର ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ଦାୟିତ୍ୱରେ ରହିବେ। ଜୁଲାଇ ୮ ତାରିଖରେ ସାଉଥାମ୍ପଟନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *