ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ଦୁଇ ଆତଙ୍କବାଦୀ ମୃତ

ଜାମ୍ମୁ-କାଶ୍ମୀର : ଜମ୍ମୁ କାଶ୍ମୀର ସ୍ଥିତ ଅନନ୍ତନାଗ ଜିଲ୍ଲା ଓ୍ୱାଘମାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଫଳରେ ଏନ‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ନିହତ ଆତଙ୍କବାଦୀ ଦ୍ବୟ ତିନି ଦିନ ତଳେ ବିଜବେହରାରେ ଏକ ୫ ବର୍ଷୀୟ ଶିଶୁ ଏବଂ ଜଣେ ସିଆରପିଏଫ ଯବାନଙ୍କୁ ହତ୍ୟା କରିଥିଲେ ବୋଲି ଡିଜିପି ଦିଲବାଗ ସିଂହ କହିଛନ୍ତି। ଏହି ଘଟଣା ପରେ ଆତଙ୍କବାଦୀମାନେ ୱାଘମା ଅଞ୍ଚଳକୁ ଲୁଚି ପଳାଇ ଆସିଥିଲେ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଏହି ସମୟରେ ଯବାନଙ୍କ ସହିତ ଗୁଳିବିନିମୟ ଘଟିଥିଲା।

ସୂଚନାଯୋଗ୍ୟ, ଚଳିତ ଜୁନ ମାସରେ ଏବେ ସୁଦ୍ଧା ୪୮ ଆତଙ୍କବାଦୀଙ୍କୁ ଯବାନମାନେ ନିପାତ କରିଛନ୍ତି। ତେବେ ବର୍ଷର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଅପରେଶନାଲ କମାଣ୍ଡରଙ୍କ ସମେତ ୧୧୮ ଆତଙ୍କୀଙ୍କୁ ସେନା ନିପାତ କରିଛି।

Spread the love

Leave a Reply

Your email address will not be published. Required fields are marked *