ସିପିଏଲ ସିଜିନ ପାଇଁ ପ୍ଲେୟାର ଡ୍ରାଫ୍ଟରେ ପ୍ରବୀଣ ତାମ୍ୱେ

ମୁମ୍ୱାଇ : ଆଗାମୀ କାରାବିୟାନ ପ୍ରିମିୟର ଲିଗ (ସିପିଏଲ) ସିଜିନ ପାଇଁ ପ୍ଲେୟାର ଡ୍ରାଫ୍ଟରେ ନିଜ ନାମ ଯୋଡ଼ିଛନ୍ତି ମୁମ୍ବାଇର ଲେଗ ସ୍ପିନର ପ୍ରବୀଣ ତାମ୍ବେ । କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ଼ ଠାରୁ ତାଙ୍କୁ ସିପିଏଲ ଖେଳିବା ପାଇଁ ସୀକୃତି ମିଳିବାର ସମ୍ଭାବନା କମ ଥିବା ଜଣାପଡିଛି । ବିସିସିଆଇ ର ନିୟମ ଅନୁସାରେ କୌଣସି ଖେଳାଳି ବିଦେଶରେ ଆୟୋଜିତ ଲିଗ ଖେଳିବାକୁ ହେଲେ ପ୍ରଥମେ ତାକୁ ଡୋମେସ୍ଟିକ ଏବଂ ଆଇପିଏଲ ରୁ ଅବସର ନେବା ଦରକାର । ପୂର୍ବରୁ ମଧ୍ୟ ଆବୁଧାବିରେ ଆୟୋଜିତ ହେଉଥିବା ଟି -୧୦ ଲିଗରେ ଖେଳି ବିସିସିଆଇ ନିୟମ ଭାଙ୍ଗିଥିଲେ ପ୍ରବୀଣ ତାମ୍ବେ । 

ଶାହରୁଖ ଖାନଙ୍କ ସିପିଏଲ ଟିମ ତ୍ରିନିବାଗୋ ନାଇଟ ରାଇଡ଼ର ତାମ୍ବେଙ୍କୁ ତାଙ୍କ ଦଳରେ ସାମିଲ କରିବ ବୋଲି ଆଶା ରଖି ପ୍ଲେୟାର ଡ୍ରାଫ୍ଟରେ ନିଜ ନାମକୁ ଏଣ୍ଟ୍ରି କରାଇଛନ୍ତି ତାମ୍ବେ । ତେବେ ସବୁଠାରୁ ବୟସ୍କ ଖେଳାଳି ଭାବେ ତାମ୍ବେ ୪୧ ବର୍ଷ ବୟସରେ ଆଇପିଏଲରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୩୩ଟି ଆଇପିଏଲ ମ୍ୟାଚ ଖେଳି ୨୮ଟି ୱିକେଟ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *