ସପ୍ତାହକ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଭାଇରସ ପଜିଟିଭ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ଦେଶରେ ଦୈନିକ ସଂକ୍ରମଣ ୧୮ ହଜାର ଅତିକ୍ରମ କରିଛି। ଅର୍ଥାତ ଶନିବାର ଗୋଟିଏ ଦିନରେ ୧୮ ହଜାର ୫୫୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହକ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଲେଣି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୧ ତାରିଖରେ ୨୪ ଘଣ୍ଟା ମଧ୍ୟରେ ୧୪ ହଜାରରୁ ଅଧିକ ରୋଗୀ ଚିହ୍ଟଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ୨୨ ତାରିଖରେ ୧୪ ହଜାର ୮୨୧ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୩ ତାରିଖରେ ୧୪ ହଜାର ୯୩୧ ସଂକ୍ରମିତ, ୨୪ ତାରିଖରେ ୧୫ ହଜାର ୯୬୯ ସଂକ୍ରମିତ, ୨୫ ତାରିଖରେ ୧୬ ହଜାର ୯୨୨ ସଂକ୍ରମିତ, ୨୬ ତାରିଖରେ ୧୭ ହଜାର ୨୯୬ ରୋଗୀ ଏବଂ ୨୭ ତାରିଖରେ ୧୮ ହଜାର ୫୫୨ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦେଶରେ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮୪ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟରେ ସୂଚନା ଦିଆଯାଇଛି।

 

Spread the love

Leave a Reply

Your email address will not be published. Required fields are marked *